ଭୁବନେଶ୍ୱରରେ ଚିହ୍ନଟ ହେଲେ ୨୩ ଡେଙ୍ଗୁ ରୋଗୀ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୫କୁ ବୃଦ୍ଧି; ଖାରବେଳ ନଗରରେ ମଶା ବଂଶ ନିପାତ କରିବାକୁ ବିଏମସିର ସ୍ୱତନ୍ତ୍ର ଡ୍ରାଇଭ

179

କନକ ବ୍ୟୁରୋ : ଗତ ୨୪ଘଂଟାରେ ଭୁବନେଶ୍ୱରରେ ପୁଣି ଚିହ୍ନଟ ହେଲେ ୨୩ନୂଆ ଡେଙ୍ଗୁ ରୋଗୀ । ଏହାସହ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୫କୁ ବୃଦ୍ଧି ପାଇଛି । ୫ହଜାର ୩୩୬ଟି ଘରକୁ ବୁଲି ୨୨ହଜାର ୨୬୦ଜଣଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇଛି । ଏହାସହ ୧୩୯୦ ଡେଙ୍ଗୁ ସନ୍ଦିଗ୍ଧ ସ୍ଥାନକୁ ହଟାଯାଇ ଥିବା ବେଳେ ୫୮୮ଟି ସ୍ଥାନରେ ଡେଙ୍ଗୁ ଲାର୍ଭା ଚିହ୍ନଟ କରାଯାଇଛି । ଭୁବନେଶ୍ୱର ଖାରବେଳ ନଗରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି ।

ବିଏମସି କର୍ମଚାରୀ ଓ ଅଧିକାରୀ ଡୋର ଟୁ ଡୋର ସଚେତନ କରିଛନ୍ତି । ମଶା ଧୂଆଁ ପକାଇବା ସହ ମଶା ତେଲ ସିଂଚନ କରିଛନ୍ତି ବିଏମସି ଅଧିକାରୀ । ଭୁବନେଶ୍ୱରର ସମସ୍ତ ୬୭ଟି ୱାର୍ଡରେ ସଫେଇ କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସବୁ ୱାର୍ଡର କାର୍ଯ୍ୟ ତଦାରଖ କରିବା ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରରେ ଦୈନିକ ୨୫ରୁ ୩୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବିଏମସି ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି ।