କନକ ବ୍ୟୁରୋ: ଆପଣମାନେ ହୁଏତ ଜାଣିନଥିବେ ଦୋକାନରେ ବିକ୍ରି ହେଉଥିବା ଚାଉଳ ବସ୍ତାରେ ବି ଠକୁଛନ୍ତି ଲାଭଖୋର ବ୍ୟବସାୟୀ। ୨୫ କିଲୋଗ୍ରାମ ଓଜନର ବସ୍ତାରେ କେଜିଏରୁ ୨କେଜି ପର୍ୟ୍ୟନ୍ତ ଚାଉଳ କମ୍ ରହୁଛି।
ଗୋଟିଏ ପଟେ ବସ୍ତାରେ ଲେଖାଯାଇଛି ୨୬ କିଲୋ ଚାଉଳ ରହିଛି। କିନ୍ତ ଅନ୍ୟପଟେ ଦେଖାଯାଉଛି ବସ୍ତାର ମାତ୍ର ୨୩ କେଜି ଚାଉଳ ରହିଛି। ଅର୍ଥାତ ୨୬କେଜି ଚାଉଳ ପ୍ୟାକେଟରେ ୩ କିଲୋଗ୍ରାମ ଚାଉଳ କମ୍ ରହିଛି। କିନ୍ତୁ ଗ୍ରାହକ ପୂରା ୨୬ କେଜି ଓଜନର ଦାମ ଦେଉଛନ୍ତି। କୋରାପୁଟ ଜିଲ୍ଲାର ଜୟପୁର ସହରରୁ ଆସିଛି ଏହି ଅଭିଯୋଗ। ଏନେଇ ବ୍ୟବସାୟୀଙ୍କୁ ପଚାରିବାକୁ ସେମାନେ ମଧ୍ୟ ଏକଥାକୁ ସ୍ବୀକାର କରିଛନ୍ତି। ଯାହା ଆସୁଛି ସେମାନେ ତାକୁ ବିକ୍ରି କରୁଛନ୍ତି ବୋଲି କହିଛନ୍ତି।
କେବଳ ଜୟପୁର ସହର ନୁହେଁ ସାରାରାଜ୍ୟରେ ଏଭଳି ଠକାମି ଚାଲିଛି ବୋଲି କୁହାଯାଉଛି। ଚାଉଳ କମ୍ପାନୀ ଓ ଲାଭଖୋର ବ୍ୟବସାୟୀ ପ୍ୟାକେଟରେ ଚାଉଳ କମ୍ କରି ସାଧାରଣ ଖାଉଟିଙ୍କୁ ଚୁନା ଲଗାଉଛନ୍ତି।.. ବ୍ୟସ୍ତ ବହୁଳ ସମାଜରେ ଅଧିକାଂଶ ଲୋକେ ଦୋକାନକୁ ନଯାଇ ଅନଲାଇନରେ ଅର୍ଡର କରି ରାସନ ମଗାଉଛନ୍ତି । ଯେଉଁମାନେ ଯାଉଛନ୍ତି ଚାଉଳ ପ୍ୟାକେଟରେ ଲେଖାଯାଇଥିବ ଓଜନକୁ ଦେଖି କିଣି ନେଉଛନ୍ତି। ଏହାର ସୁଯୋଗ ନେଇ ଲାଭଖୋର ବ୍ୟବସାୟୀ ପ୍ରତିଦିନ ଗ୍ରାହକଙ୍କୁ ଠକୁଛନ୍ତି।
ଅଭିଯୋଗ ପରେ ଜୟପୁରରେ ଚଢ଼ାଉ କରିଛି ଯୋଗାଣ ବିଭାଗ। ଯାଂଚ ପରେ ଦୋକାନୀଙ୍କଠାରୁ ଫାଇନ ମଧ୍ୟ ଆଦାୟ କରିଛନ୍ତି। ହେଲେ, ଏହି ଠକେଇ ସାରାରାଜ୍ୟରେ ଚାଲିଥିବାରୁ ଉଚ୍ଚସ୍ତରୀୟ ତଦନ୍ତ କରି ବଡ ଠକଙ୍କୁ ଧରିବା ସହ ଏହାକୁ ବନ୍ଦ କରିବାର ଆବଶ୍ୟକତା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/fbfbf.jpg)