କନକ ବ୍ୟୁରୋ: ବେଆଇନ ବନ୍ଧୁକ କାରବାରକୁ ରୋକିବାରେ ବଡ ସଫଳତା । ଶିମିଳିପାଳ ଅଂଚଳରୁ ୨୩ଟି ବେଆଇନ୍ ଦେଶୀ ବନ୍ଧୁକ ଜବତ କଲା ମୟୂରଭଞ୍ଜ ପୋଲିସ । ଗତ ୨ ମାସ ମଧ୍ୟରେ ଶିମିଳିପାଳ ସଂଲଗ୍ନ ଜିଲ୍ଲାର ୯ଟି ଥାନାରେ ୧୪ଟି ମାମଲା ରୁଜୁ ହୋଇଥିଲା । ମୋଟ୍ ୮ ଜଣ ଶିକାରିଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।
ନିକଟରେ ଅନେକ ବନ ଅଧିକାରୀ ଶିମିଳିପାଳରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏହାପରେ ବନ ଅଧିକାରୀ ଏବଂ ପୋଲିସ ଅଧିକାରୀ ଶିକାରିଙ୍କୁ ଧରିବା ପାଇଁ ପ୍ରୟାସ କରୁଛନ୍ତି । ଶିକାରିମାନେ ଜଙ୍ଗଲରେ ଥିବା ପଶୁ ଓ ପକ୍ଷୀଙ୍କୁ ମାରି ବେଆଇନ ଚାଲାଣ କରୁଛନ୍ତି । ଏବେ ଏହିପରି ବେଆଇନ କାରବାରକୁ ରୋକ୍ ଲଗାଇବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/guns.jpg)