ପ୍ରବଳ ବର୍ଷାରେ ମାୟାନଗରୀ ମୁମ୍ୱାଇ ସ୍ଥିତି ବେହାଲ : ଚେମ୍ବୁର ଓ ଭିକ୍ରୋଲିରେ କାନ୍ଥ ଭୁଷୁଡି ୨୩ ଜଣଙ୍କ ମୃତ୍ୟୁ; ଉଦ୍ଧାର କାମ ଜାରି

158

କନକ ବ୍ୟୁରୋ : ମୁମ୍ବାଇ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ମୁମ୍ବାଇର ଚେମ୍ବୁର ଅଂଚଳରେ କାନ୍ଥ ପଡ଼ି ୧୭ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭିକ୍ରୋଲିରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏଭଳି ଘଟଣା ଘଟଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କାନ୍ଥ ତଳେ କିଛି ଲୋକ ଫସିରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି ।

ସୁଚନା ଅନୁସାରେ ଗତ କିଛି ଦିନ ହେଲା ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ରାସ୍ତା ଘାଟ ଏବଂ ଟ୍ରେନ ଟ୍ରାକ୍ ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରିକି ତଳିଆ ଅଂଚଳରେ ପାଣି ଜମି ରହିବା ଯୋଗୁଁ ଲୋକେ ଜଳବନ୍ଦି ଜୀବନ ବିତାଉଛନ୍ତି । ଲଗାଣ ବର୍ଷା ଯୋଗୁଁ ସହରର କିଛି କୋଠା ଏବଂ କାନ୍ଥ ଭୁଷୁଡ଼ି ୧୭ ଜଣଙ୍କର ପ୍ରାଣହାନୀ ହୋଇଛି । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।