ସୁଶାନ୍ତ ସିଂଙ୍କ ଆକାଉଂଟରୁ ୧୫ କୋଟି କାରବାର ମାମଲାରେ ରିୟାଙ୍କ ପରେ ଭାଇଙ୍କ ପାଳି: ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଲେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ

ସୁଶାନ୍ତଙ୍କ ବାପାଙ୍କ ଏତଲା ଆଧାରରେ ତଦନ୍ତ କରୁଛନ୍ତି ଇଡି ଅଧିକାରୀ

406

କନକ ବ୍ୟୁରୋ: ସୁଶାନ୍ତ ସିଂଙ୍କ ଆକାଉଁଟରୁ ୧୫ କୋଟି କାରବାର ମାମଲାରେ ରିୟାଙ୍କ ପରେ ଏବେ ତାଙ୍କ ଭାଇଙ୍କ ପାଳି । ଆଜି ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ରିୟା ଚକ୍ରବର୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତୀ । ପାଟଣାରେ ସୁଶାନ୍ତଙ୍କ ବାପା କେ. କେ ସିଂ କରିଥିବା ଅଭିଯୋଗ ଆଧାରରେ ଇଡି ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ସୁଶାନ୍ତ ଆକାଉଂଟରେ ୧୭ କୋଟି ଟଙ୍କା ଥିବା ବେଳେ ସେଥିରୁ ୧୫ କୋଟି ଟଙ୍କା ରିୟା କାରବାର କରିଛନ୍ତି । ଆଉ ଏଥିରେ ରିୟାଙ୍କ ଭାଇଙ୍କ ସୌଭିକଙ୍କର ମଧ୍ୟ ସଂପୃକ୍ତି ରହିଛି ।

ସୌଭିକଙ୍କ ଆକାଉଁଟକୁ ମଧ୍ୟ ସୁଶାନ୍ତଙ୍କ ଟଙ୍କା ଯାଇଛି । କେ.କେ ସିଂଙ୍କ ଅଭିଯୋଗକୁ ଭିତି କରି ପ୍ରବର୍ତନ ନିର୍ଦେଶାଳୟ ତଦନ୍ତ କରୁଥିବା ବେଳେ ଗତକାଲି ସାଢେ ୮ ଘଂଟା କାଳ ରିୟାଙ୍କୁ ପଚରାଉଚରା କରାଯାଇଥିଲା । ଏହାସହ ରିୟାଙ୍କ ସହଯୋଗୀ ଶ୍ରୁତି ମୋଦିଙ୍କୁ ମଧ୍ୟ ଇଡି ଅଧିକାରୀ ଜେରା କରିଥିଲେ । ଆଜି ଇଡି ଅଫିସରେ ହାଜର ହୋଇଛନ୍ତି ସୌଭିକ ଚକ୍ରବର୍ତୀ । ତାଙ୍କୁ ମଧ୍ୟ ସୁଶାନ୍ତ ଅର୍ଥ କାରବାର ନେଇ ପଚରାଉଚରା କରିବେ ଇଡି ଅଧିକାରୀ । ପୂର୍ବରୁ ହାଜର ପାଇଁ ସୌଭିକଙ୍କୁ ନୋଟିସ କରିଥିଲା ପ୍ରବର୍ତନ ନିର୍ଦେଶାଳୟ ।