ଭାରତ ଆସୁଛନ୍ତି ଇସ୍ରାଏଲ ବୈଜ୍ଞାନିକ ଦଳ: ମିଳିତ ଭାବେ ପ୍ରସ୍ତୁତ କରିବେ ରାପିଡ୍ ଟେଷ୍ଟ କିଟ୍; ୩୦ ସେକେଣ୍ଡରେ ମିଳିବ ଫଳାଫଳ

ଅନ୍ୟାନ୍ୟ ବୈଷକ୍ଷିକ ଜ୍ଞାନ କୌଶଳର ବି ହେବ ପରୀକ୍ଷଣ

320

କନକ ବ୍ୟୁରୋ: ଭାରତ ଆସିବେ ଇସ୍ରାଏଲର ଏକ ବୈଜ୍ଞାନିକ ଦଳ । ଏମାନେ ଦିଲ୍ଲୀ ଏମ୍ସରେ ରହି ଭାରତରେ କରୋନା ଭୂତାଣୁ ନେଇ ଅଧିକ ଗବେଷଣା କରିବେ । ଇସ୍ରାଏଲରେ ଭୟବହାର ହୋଇଥିବା ଏକ ସ୍ୱତନ୍ତ୍ର ଟେକ୍ନୋଲଜିକୁ ସେମାନେ ଏଠାରେ ବ୍ୟବହାର କରିବେ । ଏହି ଟେକ୍ନୋଲଜି ହେଉଛି ଏକ ନୂଆ ଧରଣର କୋଭିଡ ପରୀକ୍ଷା । ଏହା ଫଳାଫଳ ୩୦ ସେକେଣ୍ଡରେ ପାଇବା ପାଇଁ ପଲିଆମିନୋ ଏସିଡ୍ର ବ୍ୟବହାର କରାଯାଏ ବୋଲି ଇସ୍ରାଏଲର ପ୍ରତିରକ୍ଷା ଗବେଷଣା ଓ ବିକାଶ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ଫଳରେ ତୁରନ୍ତ ଫଳାଫଳ ଜଣାପଡୁଥିବାରୁ ବିମାନବନ୍ଦର, ମଲ୍ ବା ଯେକୌଣସି ସ୍ଥାନକୁ ସୁରକ୍ଷିତ ଭାବେ ଆପଣ ଯାଇ ପାରିବେ । ଏହା ଅର୍ଥ ରିଅଲ୍ଟାଇମ୍ ପରୀକ୍ଷା ଯୋଗୁଁ ବନ୍ଦ ପଡିରହିଥିବା ଅର୍ଥନୀତି ପାଇଁ ବାଟ ଫିଟିବ ।

ଅନ୍ୟ ଏକ ପରୀକ୍ଷାରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ବ୍ୟବହାର କରି ଲୋକର ସ୍ୱରରୁ କୋଭିଡ୍ ସଂକ୍ରମଣ ବିଷୟରେ ଜାଣି ହୋଇପାରିବ । ତୃତୀୟ ପଦ୍ଧତିରେ ନିଶ୍ୱାସ ବିଶ୍ଲେଷଣରୁ ଭାଇରସ ଚିହ୍ନଟ କରିବା । ଇସ୍ରାଏଲ ଓ ଭାରତର ବୈଜ୍ଞାନିକ ମିଳିତ ଭାବେ ଦେଶରେ ପ୍ରତି ପରୀକ୍ଷଣ ପ୍ରାୟ ୪ ହଜାରରୁ ୫ହଜାର ପରୀକ୍ଷା କରିବେ । ଭାରତରେ ଥିବା ଜ୍ଞାନ କୌଶଳକୁ ବ୍ୟବହାର କରି ଏହାକୁ ଅଧିକ ସଠିକ୍ କରାଯାଇ ପାରିବ ବୋଲି କୁହାଯାଇଛି । ବୈଜ୍ଞାନିକ ଦଳକୁ ନେଇ ଆସୁଥିବା ବିମାନରେ ରୋବଟ, ଟେଲିମେଡିସିନ୍, ସ୍ୱତନ୍ତ୍ର ସାନିଟାଇଜିଂ ଉପକରଣ ଆଦି ଭାରତକୁ ଆସିବ ।

କରୋନା ମହାମାରୀ ସଂକ୍ରମଣରୁ ଭାରତ ଇସ୍ରାଏଲକୁ ସହଯୋଗ କରି ଆସିଛି । ଯାହା ଏକ ଭଲ ବନ୍ଧୁର ଚରିତ୍ର ବୋଲି ଇସ୍ରାଏଲ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପରି କି ଗତ ତିନି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ତିନିଥର କଥା ହୋଇ ସାରିଲେଣି । ତେବେ ଇସ୍ରାଏଲରୁ ଆସୁଥିବା ବୈଜ୍ଞାନିକ ଦଳ ଦେଢ ସପ୍ତାହ ଭାରତର ରହିବେ ବୋଲି ସୂଚନା ମିଳିଛି ।