ଢେଙ୍କାନାଳ ବଲ୍ଲଭ ଗାଁ ନିକଟରେ ନଦୀ ପାର ହୋଇ ପଶିଛନ୍ତି ହାତୀ । ଗାଁରୁ ନେଇ ଧାନ କ୍ଷେତରେ ହାତୀ ପଲ ଆତଙ୍କ

ଢେଙ୍କାନାଳ ବଲ୍ଲଭ ଗାଁ ନିକଟରେ ନଦୀ ପାର ହୋଇ ପଶିଛନ୍ତି ହାତୀ । ଗାଁରୁ ନେଇ ଧାନ କ୍ଷେତରେ ହାତୀ ପଲ ଆତଙ୍କ

କନକ ବ୍ୟୁରୋ : ଢେଙ୍କାନାଳରେ ହାତୀ ଆତଙ୍କ । ଷଡ଼ଙ୍ଗୀ ବାଇସିଙ୍ଗା ପଂଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲ ନେଇ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି ହାତୀ ପଲ । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି । ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି । ବର୍ଷକ ଅମଳ ଫସଲ ହାତୀ ଉଜାଡିବାକୁ ବସିଥିବା ବେଳେ ହାତୀ ଘଉଡାଇବାକୁ ଚାଷୀ ଅନୁରୋଧ କରିଛନ୍ତି । ଗାଁରୁ ନେଇ ଧାନ କ୍ଷେତରେ ପଶି ରହିଛନ୍ତି ହାତୀ ପଲ । ଏବେ ଷଡଙ୍ଗୀ ରେଂଜ ପକ୍ଷରୁ ଏକ ଟିମ୍ ସେଠାକୁ ଯାଇ ହା୍ତୀଙ୍କ ଗତିବିଧି ଉପରେ ନଜର ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe