ଭୁବନେଶ୍ବରରୁ ଆଜି ଚିହ୍ନଟ ହେଲେ ୨୨୯ଜଣ କରୋନା ଆକ୍ରାନ୍ତ; ଏଯାବତ ସଂକ୍ରମିତଙ୍କ ସଂଖ୍ୟା ୨୭୬୭୦ରେ ପହଞ୍ଚିଛି ।

Advertisment
ରାଜଧାନୀରେ ସଂକ୍ରମଣ କମ, ସୁସ୍ଥ ଅଧିକ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୫୫୧ ଜଣ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୪୭ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଏ ପର୍ୟ୍ୟନ୍ତ ୨୭ ହଜାର ୬୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୪ ହଜାର ୭୫୮ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୭୪୯ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୪୨ ଜଣଙ୍କର ମୃତ୍ୟୁ ହୋଇଛି। ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe