ଭୟଙ୍କର ହେଉଛି ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ । ରାଫାରେ ରାତିଅଧିଆ ଏୟାରଷ୍ଟ୍ରାଇକ୍, ୪୫ରୁ ଅଧିକ ନିହତ ।

440

କନକ ବ୍ୟୁରୋ: ଥମୁନି ଇସ୍ରାଏଲ-ପାଲେଷ୍ଟାଇନ କଳି । ହମାସକୁ ପାନେ ଚଖେଇବାକୁ ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇତ୍ ଜାରି । ଫଳରେ ୪୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେପଟେ ଅସ୍ତ୍ରବିରତି ପ୍ରୟାସ ବିଫଳ ପାଇଁ ଇସ୍ରାଏଲକୁ ବିଶ୍ୱ ସମୁଦାୟର ନିନ୍ଦା । ସୋସିଆଲ ମିଡିଆରେ ଭାଇରାଲ ହେଲା ଅଲ ଆଇଜ୍ ଅନ ରାଫା ପୋଷ୍ଟ୍ ।

ଥମୁନି ଇସ୍ରାଏଲ-ପାଲେଷ୍ଟାଇନ କଳି । ହମାସକୁ ପାନେ ଚଖେଇବାକୁ ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ ଜାରି ରଖିଛି । ଆକ୍ରମଣରେ ୪୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ହମାସର ଆକ୍ରମଣ ପରେ ଦକ୍ଷିଣ ଗାଜାର ରାଫା ସହର ଉପରେ ଲଗାତାର ରକେଟ୍ ମାଡ କରିଛି ଇସ୍ରାଏଲ୍ ।

‘ରାଫା’ରେ ଏୟାରଷ୍ଟ୍ରାଇକ୍
– ଶରଣାର୍ଥୀ ଶିବିରକୁ ଟାର୍ଗେଟ୍ କରି ରକେଟ୍ ମାଡ
– ଆକ୍ରମଣରେ ୪୫ ରୁ ଅଧିକ ନିହତ, ୨୦୦ ରୁ ଅଧିକ ଆହତ
– ସବୁଠୁ ଅଧିକ କ୍ଷତି ସହୁଛି ରାଫା ସହର
– ହମାସକୁ ଟାର୍ଗେଟ କରୁଥିବା ଆଇଡିଏଫର ଦାବି

‘ରାଫା’ରେ ଏୟାରଷ୍ଟ୍ରାଇକ୍
– ସବୁଠୁ ବଡ ଆକ୍ରମଣ କରିଛି ଇସ୍ରାଏଲ
– ଅନେକ ଶିଶୁ ଓ ମହିଳାଙ୍କ ପ୍ରାଣହାନି ହୋଇଛି
– ରାଫା ଛାଡି ଚାଲିଯାଉଛନ୍ତି ଶତାଧିକ ଲୋକ
– ରାଫାରେ ମିଳୁନି ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା

ସେପଟେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆଇସିଜେ ଓ ଜାତିସଂଘ ଅଦାଲତର ଉଦ୍ୟମ ବିଫଳ ହେଉଥିବା ଜଣାପଡିଛି । ରାଫା ଉପରେ ଇସ୍ରାଏଲର ଏହି ଆକ୍ରମଣକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି । ସୋସିଆଲ ମିଡିଆରେ ବି ରାଫା ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଲ ଆଇଜ୍ ଅନ ରାଫା ନାଁ ଥିବା ଏକ ପୋଷ୍ଟକୁ ଲକ୍ଷ ଲକ୍ଷ ଥର ସେୟାର କରାଯାଇଛି । ତେବେ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଗତ ବର୍ଷ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଭୟାବହ ଯୁଦ୍ଧରେ ଏଯାଏଁ ୪୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।