ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ଶତକ, ଆଜାଜ୍ ପଟେଲଙ୍କୁ ୪ ୱିକେଟ୍ । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୨୨୧/୪

139

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି ମୟଙ୍କ ଅଗ୍ରୱାଲଙ୍କ ଦମଦାର ଶତକ । ଯାହା ଫଳରେ ପ୍ରଥମ ଦିନ ଶେଷ ବେଳକୁ ଟିମ୍ ଇଣ୍ଡିଆ ନିଜର ୪ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂଗ୍ରହ କରିଛି ୨୨୧ ରନ୍ ।

ଆଜି ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି । ଏହାପରେ ଦଳର ଦୁଇ ଓପନର ଜବରଦସ୍ତ ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟରେ ୮୦ ରନ୍ କରିବା ସହିତ ଶୁଭମନ୍ ଗିଲ୍ ୪୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ଚିତେଶ୍ୱର ପୂଜାରା ଓ ବିରାଟ କୋହଲି ଉଭୟ ଶୂନ୍ ରନ୍ କରି ଫେରିଥିଲେ । ଯାହାକି ଦଳକୁ ବଡ ଝଟକା ଦେଇଥିଲା ।

ଏହାପରେ ଶ୍ରେୟାସ୍ ଆୟାର ୧୮ ରନ୍ କରି ମୟଙ୍କ ସହ ରନକୁ ଆଗକୁ ବଢାଇଥିଲେ । ସେ ଆଉଟ୍ ହେବା ପରେ ରିଦ୍ଧିମାନ୍ ସାହା ଓ ମୟଙ୍କ ଯୋଡି ରନର ବେଗକୁ ଆଗକୁ ବଢାଇଥିଲେ । ଏହାପରେ ନ୍ୟୁଜିଲାଣ୍ଡକୁ ଆଉ କୌଣସି ସଫଳତା ମିଳିନଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଏକମାତ୍ର ବୋଲର ଆଜାଜ୍ ପଟେଲ ହିଁ ସମସ୍ତ ୱିକେଟ୍ ନେଇଥିଲେ ।