ଚିକିତ୍ସକଙ୍କୁ ମାନସିକ ଚାପରୁ ମିଳିବ ମୁକ୍ତି । ୨୨୦ଡାକ୍ତର ବୁଲିବେ ରାଜ୍ୟ ବାହାରର ପ୍ରମୁଖ ସ୍ଥାନ, ଓଟିଡିସିକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

109

କନକ ବ୍ୟୁରୋ : ଚିକିତ୍ସକଙ୍କୁ ମାନସିକ ଚାପରୁ ମିଳିବ ମୁକ୍ତି । ୨୨୦ଡାକ୍ତର ବୁଲିବେ ରାଜ୍ୟ ବାହାରର ପ୍ରମୁଖ ସ୍ଥାନ । ଓଟିଡିସି ପରିଚାଳକଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । କେରଳ, ବେଙ୍ଗାଲୁରୁ, ଗୁଜରାଟର ଆର୍ଟ ଅଫ୍ ଲିଭିଂ ଏବଂ କୋଏମ୍ବାଟୁରର ଇଶା ଯୋଗ ସଂସ୍ଥାନକୁ ଯାଇଁ ତାଲିମ ଓ ପ୍ରଶିକ୍ଷଣ ନେବେ ଡାକ୍ତର । ଚାପ, ସମୟ ପରିଚାଳନା ଏବଂ ରୋଗୀଙ୍କ ପ୍ରତି ଆହୁରି ସହନଶୀଳ ହେବା ନେଇ ଡାକ୍ତର ମାନେ ତାଲିମ ନେବେ । ରୋଗୀଙ୍କ ମାନସିକ ଓ ଶାରୀରିକ ସ୍ଥିତିକୁ ଅଧିକ ଜାଣିବା ସହ କିପରି ରୋଗୀଙ୍କ ଅଧିକ ନିକଟତର ହୋଇପାରିବେ ଡାକ୍ତର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯାହା ଆଗାମୀ ଦିନରେ ଡାକ୍ତର ମାନଙ୍କୁ ରୋଗୀସେବାରେ ସହାୟକ ହେବ । ରାଜ୍ୟର ୨୨୦ଜଣ ଡାକ୍ତର ୧୩ନଭେମ୍ବରରୁ ବିିଭିନ୍ନ ରାଜ୍ୟର ଏହି ସମସ୍ତ କେନ୍ଦ୍ରକୁ ଯାଇ ୫ଡିସେମ୍ବରରେ ରାଜ୍ୟକୁ ଫେରିବେ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଡିଶା ପର୍ଯ୍ୟଟନ ନିଗମର ପରିଚାଳକଙ୍କୁ ଚିଠି ଲେଖାଯାଇଛି ।