କନକ ବ୍ୟୁରୋ : ସାମୁଦ୍ରିକ ଝଡ ‘ଫୋନି’ ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଦୀର୍ଘ ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ଠପ୍ ହେବା ପରେ ଗୁରୁବାର ଠାରୁ ପୁଣି ଥରେ ଏହା ଆରମ୍ଭ ହୋଇଯାଇଛି । ବାତ୍ୟା ପ୍ରଭାବିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଆଜି ସୁଦ୍ଧା ୨୨୦ଟି ଏଟିଏମ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡ଼ିଛି । ପୁରୀରେ ୨୭୩ ଏଟିଏମ୍ ମଧ୍ୟରୁ ୨୦ଟି କାର୍ଯ୍ୟକ୍ଷମ ହୋଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୧୧୬୪ ଏଟିଏମ୍ ୨୦୦ଟି କାର୍ଯ୍ୟକ୍ଷମ ହୋଇପାରିଛି ।
ବାତ୍ୟାର ୬ ଦିନ ପରେ କେବଳ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୪୩୨ଟି ବ୍ୟାଙ୍କ ଶାଖାକୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ସଚିବ ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ୭୦୭ଟି ବ୍ୟାଙ୍କ ଶାଖା ରହିଛି ଏବଂ ସେଥିରୁ ଏବେ ସୁଦ୍ଧା ୩୭୨ଟି ବ୍ୟାଙ୍କ ବ୍ରାଞ୍ଚ କାମ କରୁଛି । ସେହିପରି ପୁରୀ ଜିଲ୍ଲାରେ ୨୩୯ଟି ବ୍ୟାଙ୍କ ଶାଖା ମଧ୍ୟରୁ ୬୦ଟି କାର୍ଯ୍ୟକ୍ଷମ ହୋଇ ପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/ATM.jpg)