CBI କାର୍ଯ୍ୟାଳୟରେ ବିବନ ବିଶ୍ୱାଳକୁ ଜେରା । ରିମାଣ୍ଡର ଶେଷ ଦିନରେ ଅଧିକ ଖୋଳତାଡ କରୁଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି, ସକାଳୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲା ସିବିଆଇ ।

294
କନକ ବ୍ୟୁରୋ: ସିବିଆଇ କାର୍ଯ୍ୟାଳୟରେ ପହଂଚିଲା ବିବନ ବିଶ୍ୱାଳ । ୨୨ ବର୍ଷ ତଳର ବାରଙ୍ଗ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିବନ ବିଶ୍ୱାଳକୁ ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ପୁଣି ସିବିଆଇ କାର୍ଯ୍ୟାଳୟକୁ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଦୁଇ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ପୁଣି ତାକୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ସିବିଆଇ ।
ସେପଟେ ଦରକାର ପଡିଲେ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି । ତେବେ ଆଜି ସକାଳୁ ବିବନକୁ ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କରିଛି ସିବିଆଇ । ବାରଙ୍ଗରେ ୨୨ ବର୍ଷ ତଳେ କଣ ଘଟିଥିଲା. କେମିତି ଏହି ଜଘନ୍ୟ କାଣ୍ଡ କରିଥିଲା ବିବନ । କେମିତି, କେଉଁ ରାସ୍ତା ଦେଇ ପୀଡ଼ିତାଙ୍କୁ ବିବନ ନେଇ ଯାଇଥିଲା, ତାହା ସିବିଆଇକୁ ଦେଖାଇଛି ନିଜେ ବିବନ । ଗତକାଲିଠୁ ସେ ସିବିଆଇର ରିମାଣ୍ଡରେ ଅଛି । ଝାରପଡା ଜେଲରେ ଟିଆଇ ପରେଡ ସରିବା ପରେ ତାକୁ ରିମାଣ୍ଡରେ ନେଇଛି ସିବିଆଇ ।