ମାସକୁ ୫ ଥର କୋଭିଡ୍ ଟେଷ୍ଟ କରୁଛନ୍ତି ସୌରଭ ଗାଙ୍ଗୁଲି । ସାଢେ ଚାରିମାସରେ କଲେଣି ୨୨ ଥର ପରୀକ୍ଷା । କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

368

କନକ ବ୍ୟୁରୋ : ଦେଶର ୧୩୫ କୋଟିରୁ ଉର୍ଦ୍ଧ ଜନସଂଖ୍ୟା । ସେମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ପାଖା ପାଖି ୧ କୋଟି ଲୋକ ସଂକ୍ରମିତ ହୋଇସାରିଲେଣି । ଏବେ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ହେଲେ କରୋନା ପରୀକ୍ଷଣ ସରକାରଙ୍କ ତରଫରୁ କେତାକାଂଶରେ ମାଗଣା ହୋଇଥିବା ବେଳେ କିଛି ବେସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏନେଇ ଲୋକଙ୍କ ଠାରୁ ୧ ହଜାର  ରୁ ୨ ହଜାର ଯାଏଁ ଟଙ୍କା ଆଦାୟ କରୁଛନ୍ତି । ଅନ୍ୟପଟେ ସରକାରଙ୍କ ଦ୍ୱାରା ସମସ୍ତ ଲୋକଙ୍କର ମାଗଣା ପରୀକ୍ଷା କରାଯାଇପାରୁ ନଥିବା ବେଳେ କିଛି ଲୋକ ଅର୍ଥାଭାବରୁ ଥଣ୍ଡା ଜ୍ୱର ରହିଲେ ବି କୋଭିଡ୍ ପରୀକ୍ଷା କରାଇପାରୁ ନାହାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତୀୟ କ୍ରିକେଟ୍ ଟିମ୍ ର ପୂବତନ ଅଧିନାୟକ ସୌରଭ ଗାଙ୍ଗୁଲି ସାଢେ ୪ ମାସରେ କୋଭିଡ୍ ଟେଷ୍ଟ କରାଇ ସାରିଛନ୍ତି । ଏକଥା ନିଜେ ଦାଦା ଖୋଲାସା କରିଛନ୍ତି ।

‘ଲିଭିଂଗାର୍ଡ ଏଜି’ ର ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗ ଦେବା ଅବସରରେ ସେ କହିଛନ୍ତି କି ‘ମୁଁ ଗତ ସାଢେ ଚାରିମାସ ମଧ୍ୟରେ ୨୨ ଥର କୋଭିଡ-୧୯ ଟେଷ୍ଟ କରିସାରିଛି ଏବଂ ଥରେ ବି ପଜିଟିଭ୍ ଆସିନାହିଁ ।’ ଏହାର କାରଣ ଭାବେ ସେ କହିଛନ୍ତି କି ମୋ ଆଖ ପାଖରେ ରହୁଥିବା ଲୋକଙ୍କର କୋଭିଡ ପଜିଟିଭ୍ ଆସିଥିଲା । ଯାହାକୁ ନେଇ ମୁଁ ଭୟଭିତ ହୋଇଯାଇଥିଲି । ଏହି କାରଣରୁ ମୁଁ ବାରମ୍ବାର ଟେଷ୍ଟ କରୁଛି । କହିରଖୁ କି ଆଗାମୀ ୨୦୨୧ ରେ ପଶ୍ଚିମବଙ୍ଗରେ ହେବାକୁ ବିଧାନସଭା ନିର୍ବାଚନ ପାଇଁ ବିଜେପି  ସୌରଭ ଗାଙ୍ଗୁଲିଙ୍କୁ ଦଳର ମିଶାଇବାକୁ ଚେଷ୍ଟା କରୁଛି । ଏହା ସହ ଗାଙ୍ଗୁଲିଙ୍କୁ ପଶ୍ଚିମବଙ୍ଗ ବିଜେପିର ମୁ୍ଖ୍ୟ‌ ଚେହେରା କରିବାକୁ ପ୍ରୟାସ ଜାରି ରଖିଛି । ହେଲେ ଗାଙ୍ଗୁଲି ଏନେଇ ତାଙ୍କର ନିସ୍ପତ୍ତି ଜଣାଇନାହାନ୍ତି ।