ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି : ଦିନ ୧୧ଟା ସୁଦ୍ଧା ୨୨% ମତଦାନ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା 

Advertisment
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି : ଦିନ ୧୧ଟା ସୁଦ୍ଧା ୨୨% ମତଦାନ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା 

source : India Today

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ଆଜି ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି ।  ଅପରପକ୍ଷରେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବାର ସୂଚନା ମିଳିଥିଲା। ବ୍ରହ୍ମପୁରରେ ୨୫%, ନବରଙ୍ଗପୁରରେ ୨୧%, କଳାହାଣ୍ଡି ଓ କୋରାପୁଟରେ ୨୩% ଓ ମାଲକାନଗିରିରେ ୧୧.୫% ମତଦାନ ହୋଇଥିବା ସୂଚନା ମିଳିଛି । ଦିନ ୧୧ଟା ସୁଦ୍ଧା ସମୁଦାୟ ୨୨% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

publive-image

ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ୪ ଲୋକସଭାର ୨୬ ପ୍ରାର୍ଥୀ ଓ ୨୮ ବିଧାନସଭାର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ମତଦାତା। ୬୦ଲକ୍ଷ ମତଦାତାଙ୍କ ମଧ୍ୟରେ ୩୦ଲକ୍ଷ ମହିଳା ଭୋଟର ରହିଥିବା ବେଳେ ୨୯ଲକ୍ଷ ପୁରୁଷ ମତଦାତା ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୭ହଜାର ୨୩୩ବୁଥରେ ଭୋଟ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନଜର ରହିଛି ଏହି ପର୍ଯ୍ୟାୟ ଭୋଟ ଉପରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe