କଡା ସୁରକ୍ଷା ବଳୟ ଭିତରେ ନବୀନ ନିବାସ । ମୁଖ୍ୟମନ୍ତ୍ରୀଙ୍କ ଘରକୁ ଜଗିଛନ୍ତି ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ

136

କନକ ବ୍ୟୁରୋ : କଡା ସୁରକ୍ଷା ବଳୟ ଭିତରେ ନବୀନ ନିବାସ । ମୁଖ୍ୟମନ୍ତ୍ରୀଙ୍କ ଘରକୁ ଜଗିଛନ୍ତି ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ । ବିଜେପି ମହିଳା କର୍ମୀ ମାନେ ନବୀନ ନିବାସକୁ ଅଗ୍ରସର ହେଉଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଏହାସତ୍ୱେ ଜଣେ ବିଜେପି ମହିଳା କର୍ମୀ ନବୀନ ନିବାସ ପର୍ଯ୍ୟନ୍ତ ପହଂଚି ଯାଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ବିଜେପି ମହିଳା କର୍ମୀ ଜଣକ କିପରି ନବୀନ ନିବାସ ପର୍ଯ୍ୟନ୍ତ ପହଂଚିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ ବିଜେପି କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରା କରିଛନ୍ତି । ଦଳୀୟ କାର୍ଯ୍ୟାଳୟରୁ ନବୀନ ନିବାସକୁ ଅଗ୍ରସର ହେଉଥିବା ବେଳେ ଶିଶୁଭବନ ଛକରେ ଅଟକାଇଥିଲା ପୋଲିସ । ଏହି ସମୟରେ ବିଜେପି ମହିଳା କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ୨ଟି ବ୍ୟାରିକେଡ ଭାଙ୍ଗି ଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବା ସହ ସେଠାରୁ ଉଠାଇ ନେଇଥିଲା । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି ବିଜେପି । ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରିଛନ୍ତି । ଏହି ଶୋଭାଯାତ୍ରାରେ ଶତାଧିକ ବିଜେପି କର୍ମୀ ଏକାଠି ହୋଇ ନାରାବାଜି କରିଛନ୍ତି । ରାଜ୍ୟରେ ନ୍ୟାୟ ବ୍ୟବସ୍ଥାର ମୃତ୍ୟୁ ହୋଇଥିବା କହିଛି ବିଜେପି ।