କନକ ବ୍ୟୁରୋ : ଗୋଟେପଟେ ବାତ୍ୟା ‘ଗୋଲାବ’ ଆନ୍ଧ୍ର ଓ ଓଡିଶାର ଲୋକଙ୍କୁ ଭୟଭିତ କରିଥିବା ବେଳେ ବିହାରରେ ଏକ ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଯାଇଛି । ବିହାର ମୋତିହାରୀ ଦେଇ ପ୍ରବାହିତ ହେଉଥିବା ସିକରହନା ନଦୀରେ ଡଙ୍ଗା ଓଲଟି ପଡିବାରୁ ୨୨ ଜଣ ନିଖୋଜ ହୋଇଥିଲେ । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ବେଳେ ନଦୀରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ଟିମ୍ ଅପରେଶନ ଜାରି ରଖିଛି ।
କହିରଖୁ କି କିଛିଲୋକ ଗୋରୁଙ୍କ ପାଇଁ ଘାଷ କାଟିବାକୁ ଡଙ୍ଗା ସାହାଯ୍ୟରେ ନଦୀର ସେପଟକୁ ଯାଉଥିବା ବେଳେ ହଠାତ ମଝିନଈରେ ଡଙ୍ଗା ଓଲଟି ପଡିଥିଲା । ଫଳରେ ଡଙ୍ଗାରେ ଥିବା ଲୋକଙ୍କ ମଧ୍ୟରୁ ୨୨ ଜଣ ନଦୀରେ ବୁଡି ଯାଇଥିଲେ । ଏନେଇ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ପହଂଚି ଅନେକ ଖୋଜା ଖୋଜି କରିବା ପରେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟମାନଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କିରବାକୁ ଚେଷ୍ଟା ଚଳାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।