ନାସିକର ଜାକିର ହୁସେନ ହସ୍ପିଟାଲରେ ଅଘଟଣ । ଅକ୍ସିଜେନ ଅଭାବ ଯୋଗୁଁ ୨୨ ରୋଗୀଙ୍କ ମୃତ୍ୟୁ ।

380

କନକ ବ୍ୟୁରୋ: ମହାରାଷ୍ଟ୍ର ନାସିକର ଜାକିର ହୁସେନ ହସ୍ପିଟାଲରେ ଅଘଟଣ । ଅକ୍ସିଜେନ ଅଭାବ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ । ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା । ୩୦ ମିନିଟ ପାଇଁ ବନ୍ଦ ରହିଥିଲା ଅକ୍ସିଜେନ ଯୋଗାଣ । ଭେଣ୍ଟିଲେଟରରେ ରହିଥିଲେ ସମସ୍ତ ରୋଗୀ ।

କୌଣସି କାରଣରୁ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ ହୋଇଯାଇଥିଲା । ଫଳରେ କିଛି ସମୟ ପାଇଁ ଅକ୍ସିଜେନ ଯୋଗାଣ ଠପ ହୋଇଯାଇଥିଲା । ଯାହାର ପରିଣାମ ୨୨ ଜଣ ରୋଗୀ ପ୍ରାଣ ହରାଇଥିଲେ । ତେବେ ଅକ୍ସିଜେନ କେମିତି ଲିକ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।