କନକ ବ୍ୟୁରୋ : ନୂଆ ସରକାର ଗଠନ ହୋଇଛି, ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଛି । ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ଅତିଥି ଭବନରେ ୱାନ୍-ଟୁ-ୱାନ୍ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିବା ଓଏସଏସ କ୍ୟାଡର ଅଧିକାରୀଙ୍କୁ ବଦଳି କରାଯାଇଛି । ୨୨ ଜଣ ଓଏସଏସ ଅଧିକାରୀଙ୍କୁ ସିଏମଓରୁ ଅପସାରଣ କରାଯାଇଛି । ସେମାନଙ୍କୁ ନିଜ ବିଭାଗକୁ ବଦଳି କରାଯାଇଛି ।

Advertisment

ଓଏସଏସ କ୍ୟାଡରର ଅନେକ ଅଧିକାରୀ ବଦଳି ହୋଇଥିବା ବେଳେ ଆହୁରି ଅନେକ ପୁରୁଣା ଅଧିକାରୀ ସିଏମଓରେ ରହିଛନ୍ତି । ତେଣୁ ସେମାନଙ୍କ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟ କରିବେ ନା ସେମାନଙ୍କୁ ମଧ୍ୟ ବଦଳି କରାଯିବ ତାହା ଉପରୁ ପରଦା ହଟିନି ।