ରାଜଧାନୀରେ ୨୨ ନୂଆ ଆକ୍ରାନ୍ତ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୧୯ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଏକ ଘରୋଇ ଡାକ୍ତରଖାନା କର୍ମଚାରୀ ବୋଲି ସ୍ପଷ୍ଟ କରିଛି ବିଏମସି । ଏହି ୧୬ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ କର୍ମଚାରୀ ଥିବା ବେଳେ ୧୩ ଜଣ ମହିଳା ଅଛନ୍ତି । ସେହିଭଳି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାରରୁ ୨ଟି ଲୋକାଲ କେସ ସାମ୍ନାକୁ ଆସିଛି ।
ଶୈଳଶ୍ରୀବିହାରର ମଧ୍ୟ ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଘରେ ସଂଗରୋଧରେ ଥିବା ୩ ଜଣ ଆକ୍ରାନ୍ତ ହେଉଛନ୍ତି ଚନ୍ଦ୍ରଶେଖରପୁର ମୈତ୍ରି ବିହାର, ବିଏସଏସ ନଗର ଓ ରେଲୱେ କର୍ମଚାରୀ । ମୈତ୍ରି ବିହାରର ୨୮ ବର୍ଷିୟ ପୁରୁଷ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେର ଘରେ ସଂଗରୋଧରେ ଥିଲେ । ସେହିଭଳି ୨୯ ବର୍ଷିୟ ରେଲୱେ କର୍ମଚାରୀ ନିକଟରେ ଦିଲ୍ଲୀରୁ ଫେରି ସଂଗରୋଧରେ ଥିଲେ । ଏମାନଙ୍କ ଭଳି ଭିଏସଏସ ନଗରର ଆକ୍ରାନ୍ତ ମଧ୍ୟ ଦିଲ୍ଲୀରୁ ଫେରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/1-36.jpg)