କନକ ବ୍ୟୁରୋ : ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ । ଦିଲ୍ଲୀରେ ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବେ । ଏଥିସହ ଜାତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଭେଟିବେ । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Advertisment

ସେ କହିଛନ୍ତି, ସେମାନେ ଓଡିଶାର ଶାସନ ବ୍ୟବସ୍ଥା ବିଷୟରେ ନିର୍ବାଚନ କମିଶନଙ୍କୁ ଜଣାଇବେ । ଓଡିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁନଥିବା ଅଭିଯୋଗ କରିବେ । ରାଷ୍ଟ୍ରପତିଙ୍କୁ ଭେଟି ଅବ୍ୟବସ୍ଥା ସମ୍ପର୍କରେ ଜଣାଇବେ । ପ୍ରଧାନମନ୍ତ୍ରୀଙ୍କ ସହ ଓଡିଶାର ସମ୍ପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବେ । ଓଡିଶାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିବେ ।

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଓଡିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଅବଗତ କରିବେ । ଜୟନାରାୟଣଙ୍କ ବୟାନ ରାଜନୀତିକୁ ସରଗରମ କରିଛି । ଆଗକୁ ନିର୍ବାଚନ ଆସୁଛି । ଆଉ ଏହା ପୂର୍ବରୁ ନବୀନ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବା ସହ ଶୁଭାରମ୍ଭ କରି ଚାଲିଛନ୍ତି । କିନ୍ତୁ ଏହି ସବୁ ଯୋଜନା ପାଇଁ ଦିଆଯାଉଥିବା ବିଜ୍ଞାପନରେ ଶଙ୍ଖ ଚିହ୍ନ ରହିବାକୁ ନେଇ ଆପତ୍ତି ଉଠାଇଛି ବିଜେପି ।