ମାଳଦୀପ ବୁଲେଇ ନେବା କହି ଠକିନେଲେ ୨୨ ଲକ୍ଷ: ୩୬ ଜଣ ମହିଳାଙ୍କଠାରୁ ପ୍ରାୟ ୨୨ଲକ୍ଷ ନେଇ ଫେରାର ଥିବା ଅଭିଯୋଗ

298

କନକ ବ୍ୟୁରୋ: ମାଳଦୀପ୍ ବୁଲେଇ ନେବା ନାଁରେ ଠକିନେଲେ ୨୨ ଲକ୍ଷ । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ କିଛି ବିଉଟି ପାର୍ଲରର ମାଲିକିଆଣୀ । ୩୬ ଜଣ ମହିଳାଙ୍କ ଠାରୁ ପ୍ରାୟ ୨୨ଲକ୍ଷ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳାମାନେ । ବାଲେଶ୍ୱର ଅଂଚଳର ସୀତାକାନ୍ତ ମହାପାତ୍ର ନିଜକୁ ଏକ ନୋଭେଡାଲ ନାମକ ବିଉଟି ପ୍ରଡକ୍ଟ କମ୍ପାନୀର ମାଲିକ କହି ପରିଚୟ ଦେଇଥିଲେ । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏହି ମହିଳାମାନଙ୍କୁ ଅନେକ ଜାଗା ବୁଲାଇନେଇଛନ୍ତି ସୀତାକାନ୍ତ ମହାପାତ୍ର । କିନ୍ତୁ ଏବେ ପଇସା ନେଇ ଧରାଛୁଆଁ ଦେଉନଥିବା ଅଭିଯୋଗ କରିଛନ୍ତି ରାଉରକେଲାରୁ ଆସିଥିବା କିଛି ମହିଳା ।