ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା । ବସକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୨୨ ଆହତ । 

Advertisment
ଦ୍ୱାରଶୁଣୀ ଘାଟିରେ ଦୁର୍ଘଟଣା । ବସକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୨୨ ଆହତ । 

କନକ ବ୍ୟୁରୋ : ଦ୍ୱାରଶୁଣୀ ଘାଟିରେ ପୁଣି ଥରେ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନ ସମୟରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣୀ ଘାଟିରେ ବାରିପଦା ଠାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବସ ସହିତ ଏକ୍‌ ଟ୍ରକର ଧକ୍କା ହୋଇଥିଲା। ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଥିରୁ ୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଦିନ ପ୍ରାୟ ୨.୪୫ରେ ‘ଶିବ ପାର୍ବତୀ’ ନାମକ ଏକ ବସକୁ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ବସଟି ଘାଟି ଉପରକୁ ଚଢ଼ୁଥିଲା। ତେବେ ଦ୍ରୁତଗାମୀ ଟ୍ରକ୍‌ ନିୟନ୍ତ୍ରଣ ହରାଇ ବସକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ମୋଟ୍‌ ୨୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଅତି ସଙ୍କଟାପନ୍ନ ଥିବା ଗୁରୁତର ଆହତଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

ସୂଚନା ପାଇ ଘଟଣାସ୍ଥଳକୁ ପୁଲିସ ଏବଂ ଦମକଳ ବାହିନୀର କର୍ମଚାରୀମାନେ ପହଂଚିଛନ୍ତି। ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୁଲିସ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe