କନକ ବ୍ୟୁରୋ: ଘୋର ପାଣି ସଙ୍କଟର ସମ୍ମୁଖୀନ ହେଉଛନ୍ତି ବେଙ୍ଗାଲୁରବାସୀ । ତେବେ ପାଣି ଅପଚୟ କରିବା ଅଭିଯୋଗରେ ଜରିମାନା ଦେଲେ ୨୨ ପରିବାର । ୩ ଦିନ ଭିତରେ ୨୨ ପରିବାରରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । କର୍ଣ୍ଣାଟକରେ ଘୋର ଜଳ ଅଭାବ ମଧ୍ୟରେ ଜଳ ସଂରକ୍ଷଣ ବୋର୍ଡର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି । ବେଙ୍ଗାଲୁର ଜଳ ଯୋଗାଣ ଏବଂ ସ୍ୱରେଜ ବୋର୍ଡ କହିଛି ଯେ କାର ଧୋଇବା କିମ୍ବା ବଗିଚା ପାଇଁ ପାନୀୟ ଜଳ ବ୍ୟବହାର କରିଥିବାରୁ ୨୨ ପରିବାର ଜରିମାନା ଦେଇଛନ୍ତି । ଗାଡି ଧୋଇବା, ଗଛରେ ପାଣି ଦେବା ଓ ଅପଚୟ ଉପରେ କଟକଣା ଲଗାଯାଇଛି । ସେହିପରିି ହୋଟେଲ ଆପାର୍ଟମେଣ୍ଟ ଓ ଶିଳ୍ପାଞ୍ଚଳରେ ଜଳବ୍ୟବହାର କମାଇବା ପାଇଁ ପରାମର୍ଶ ଦିଆଯାଇଛି ।
ବେଙ୍ଗାଲୁରୁରେ ଘୋର ପାଣି ସଙ୍କଟ । ପାଣି ଅପଚୟପାଇଁ ୨୨ ପରିବାରକୁ ଦେଢ ଲକ୍ଷ ଟଙ୍କା ଜରିମାନା ।
/kanak/media/post_attachments/wp-content/uploads/2024/03/1710788760-3998.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)