ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୨୧ତମ ଶ୍ରାଦ୍ଧବାର୍ଷିକୀ : ଭୁବନେଶ୍ୱର ବିନ୍ଦୁସାଗରରେ ହେଲା ତିଳତର୍ପଣ

59

କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ । ରାଷ୍ଟ୍ରନାୟକ ବିଜୟାନନ୍ଦ ପଟ୍ଟନାୟକଙ୍କ ନାମରେ ପ୍ରତିଷ୍ଠା ବିଜୁ ଜନତା ଦଳ ପକ୍ଷରୁ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି । ଏଥିପାଇଁ ଦଳର ତୁଙ୍ଗନେତାମାନେ ଭୁବନେଶ୍ୱର ବିନ୍ଦୁ ସାଗରରେ ତିଳତର୍ପଣ କରିଛନ୍ତି । ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଉତର-ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଓଡିଶାର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏଥିସହ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।