ମୁମ୍ବାଇ ବିପକ୍ଷରେ ଚେନ୍ନାଇର ବିଶାଳ ସ୍କୋର । ପ୍ରଥମ ଇଂନିସରେ ସିଏସକେର ସ୍କୋର ୨୧୮ । ମୁମ୍ବାଇକୁ ବିଜୟ ଲକ୍ଷ୍ୟ ୨୧୯ ।

246

କନକ ବ୍ୟୁରୋ: ଆଜି ଏକ ଦମଦାର ହାଇସ୍କୋରିଂ ମ୍ୟାଚରେ ମୁମ୍ବାଇକୁ ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ । ଧୋନୀବାହିନୀ ପ୍ରଥମେ ବ୍ୟାଟିଂ କରି ରୋହିତବାହିନୀ ଆଗରେ ୨୧୯ ରନର ଟାର୍ଗେଟ ରଖିଛି । ଚେନ୍ନାଇ ପକ୍ଷରୁ ଆଜି ଡୁପ୍ଲେସିସ୍, ମୋଇନ୍ ଅଲ୍ଲୀ ଓ ରାଇଡୁ ଧୂଆଁଧାର ବ୍ୟାଟିଂ କରିଥିବାବେଳେ ମୁମ୍ବାଇର ସବୁ ବୋଲର ଆଜି ଫେଲ୍ ମାରିଛନ୍ତି ।

ଆଜି ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ହେଲେ ଦଳର ସ୍କୋର ମାତ୍ର ୪ ଥିବାବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା । ଋତୁରାଜ ଗାଏକ୍ୱାଡ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ କିନ୍ତୁ ମୋଇନ୍ ଅଲ୍ଲୀ ଓ ଫାପ୍ ଡୁ ପ୍ଲେସିସ୍ ୧୦୮ ରନର ଦମଦାର୍ ପାର୍ଟନରସିପ୍ ଗଢିଥିଲେ । ଶେଷ ଆଡକୁ ଅମ୍ବାତି ରାଇଡୁ ମଧ୍ୟ ଧୂଆଁଧାର ଇଂନିସ ଖେଳି ୨୭ ବଲରୁ ୭୨ ରନ୍ ସଂଗ୍ରହ କରିଥିଲେ । ଯାହା ଫଳରେ ଚେନ୍ନାଇର ସ୍କୋର ୨୦ ଓଭରରେ ୨୧୮ରେ ପହଞ୍ଚିଥିଲା ।

ମୁମ୍ବାଇ ପଟରୁ ଟେଣ୍ଟ ବୋଲ୍ଟ ୪ ଓଭର ବୋଲିଂ କରି ୪୨ ରନ୍ ଦେଇଥିବାବେଳେ ରାହୁଲ ଚହର ୩୨, ପୋଲାର୍ଡ ୨ ଓଭରରେ ୧୨ , ବୁମରା ୪ ଓଭରରେ ୫୬ ରନ୍ ବ୍ୟୟ କରିଥିଲେ । ସେହିଭଳିି ୱିକେଟ୍ କଥା ଦେଖିଲେ, ପୋଲାର୍ଡ ୨ଟି ଏବଂ ବୁମରା ଓ ବୋଲ୍ଟ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।