କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୮ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭ଜଣ ଆକ୍ରାନ୍ତ ରହିଛନ୍ତି ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨ଜଣ, ବାଲେଶ୍ବରରୁ ୧ ଜଣ, ଭଦ୍ରକରୁ ୧ ଜଣ, କଟକରୁ ୧୫ ଜଣ, ଦେବଗଡ଼ରୁ ୨ ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରୁ ୨ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨ଜଣ, କେନ୍ଦ୍ରାପଡ଼ାରୁ ୩ ଜଣ, ଖୋର୍ଦ୍ଧାରୁ ୧୧୭ ଜଣ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୭ଜଣ, ନୟାଗଡ଼ରୁ ୨ଜଣ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୭ ଜଣ, ସୁନ୍ଦରଗଡ଼ରୁ ୧୪ ଜଣ ଓ ଷ୍ଟେଟ ପୁଲରୁ ୨୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହ ୨ଜଣଙ୍କ ମୃତ୍ୟୁ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୨ହଜାର ୧୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୧ ହଜାର ୭୨୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୯୨୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।