ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ । ବରଗଡରୁ ସର୍ବାଧିକ ୩୪ ଜଣ

166

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କିଛିଦିନ ହେବ ୨୦୦ ଉପରେ ରହୁଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯ ଟି ଲୋକାଲ କେସ୍ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୩୪ ଜଣ ସଂକ୍ରମିତ ବରଗଡରୁ ଚିହ୍ନଟ ହୋଇଛନ୍ତି । ଏହାସହ ନୂଆପଡାରୁ ୨୯, ସୁନ୍ଦରଗଡରୁ ୨୬, ଖୋର୍ଦ୍ଧାରୁ ୨୫, କଟକରୁ ୧୬, କଳାହାଣ୍ଡିରୁ ୧୩ ଓ ଅନୁଗୁଳରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦ କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୩୬ ହଜାର ୮୦୯ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ ୧୮୩୭ ରହିଛି ।