ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ଏକାଥରେ ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ । ଗଂଜାମରୁ ସର୍ବାଧିକ ୯୬ ସଂକ୍ରମିତ ସୁସ୍ଥ

875

କନକ ବ୍ୟୁରୋ: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଏକାବେଳେ ସୁସ୍ଥ ହେଲେ ୨୧୭ ଜଣ କରୋନା ଆକ୍ରାନ୍ତ । ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୯୬ ଜଣ ଆକ୍ରାନ୍ତ କୋଭିଡ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଖୋର୍ଧା ଜିଲ୍ଲାରୁ ୧୮, ବାଲେଶ୍ୱରରୁ ୧୬, ମୟୂରଭଂଜରୁ ୧୫, ବରଗଡରୁ ୧୩, କେନ୍ଦୁଝରରୁ ୧୨, ଝାରସୁଗୁଡାରୁ ୮ ଜଣ କରୋନା ରୋଗୀ ଭଲ ହୋଇ ଘରକୁ ଫେରିଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେହିପରି ମାଲକାନଗିରି ଜିଲ୍ଲାରୁ ୭ ଜଣ, ଯାଜପୁରରୁ ୬ ଜଣ ଅନୁଗୁଳ ଏବଂ କଟକରୁ ୫ ଜଣ ଲେଖାଏ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ ଏବଂ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରରୁ ୩ ଜଣ ଆକ୍ରାନ୍ତ, କେନ୍ଦ୍ରାପଡା ଏବଂ ସୋନପୁରରୁ ୨ ଜଣ ଲେଖାଏ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ବଲାଙ୍ଗିରରୁ ଜଣେ କରୋନା ଆକ୍ରାନ୍ତ କୋଭିଡ -୧୯ ମହାମାରୀକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ସୁସ୍ଥ ସଂଖ୍ୟା ୬ ହଜାର ୭ଶହ ୩କୁ ବୃଦ୍ଧି ପାଇଛି ।