ରୋହିତ-ରାହୁଲଙ୍କ ରୋମାଞ୍ଚକର ଅର୍ଦ୍ଧଶତକ । ଆଫଗାନିସ୍ତାନକୁ ୨୧୧ ରନର ବିଶାଳ ବିଜୟଲକ୍ଷ୍ୟ ଦେଲା ଭାରତ ।

163

କନକ ବ୍ୟୁରୋ : ଲଗାତାର ଦୁଇଟି ମ୍ୟାଚର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଜି ଆବୁଧାବିରେ ଛକା ଚୌକା ବର୍ଷା କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଦଳ ଆଫଗାନିସ୍ତାନ ବିପକ୍ଷରେ ଧୂଆଁଧାର ୨୧୦ ରନ୍ କରିବା ସହିତ ବିଜୟ ପାଇଁ ଆଫଗାନିସ୍ତାନକୁ ୨୧୧ ରନର ଟାର୍ଗେଟ ଦେଇଛି । ତେବେ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିବାକୁ ଭରପୂର ଉଦ୍ୟମ ଜାରି ରଖିଛି ।

ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଆଫଗାନିସ୍ତାନ ଅଧିନାୟକ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଆରମ୍ଭରୁ ହିଁ ଦଳର ଦୁଇ ଓପନର ରୋହିତ ଓ ରାହୁଲ ଛକା ଓ ଚୌକାର ବର୍ଷା କରିଥିଲେ । ଦୁହେଁ ପ୍ରଥମ ୱିକେଟରେ ୧୪୦ ରନ୍ କରିବା ସହିତ ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଏହାପରେ ଦଳର ରନଗତି ସାମାନ୍ୟ ହ୍ରାସ ଘଟିଥିଲା । ହେଲେ ଶେଷ ଆଡକୁ ପାଣ୍ଡ୍ୟାଙ୍କ ୪୫ ରନର ଇଂନିସ ଦଳର ସ୍କୋରକୁ ୨୧୦ରେ ପହଞ୍ଚାଇଥିଲା ।

ଆଫଗାନିସ୍ତାନ ପକ୍ଷରୁ କରିମ୍ ଜନ୍ନତ ଓ ଗୁଲବଦି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ତେବେ ଦଳର ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳର ସମସ୍ତ ବୋଲରଙ୍କ ଇକୋନୋମୀ ରେଟ୍ ୮ ଉପରେ ରହିିଥିଲା । ତେବେ ଏହି ମ୍ୟାଚରେ ଆଫଗାନିସ୍ତାନକୁ ଜିତିବାକୁ ହେଲେ ୨୧୧ ରନ୍ କରିବାକୁ ପଡିବ