କଥାକୁହା ରୋବର୍ଟ ପ୍ରସ୍ତୁତ କଲେ ୨୧ ବର୍ଷର ଯୁବକ। ୨ ବର୍ଷରେ ସଫଳ ହେଲା ପରିଶ୍ରମ , ଇଂରାଜୀ ଭାଷାରେ ସମ୍ବାଦ ଦେବ ରୋବର୍ଟ

86

ମଣିପୁରର ୨୧ ବର୍ଷର ଯୁବକ ଇରୋମ ରୋଶନ ଏମିତି ଏକ ରୋବର୍ଟର ନିର୍ମାଣ କରିଛନ୍ତି ଯିଏ ଇଂରାଜୀ ଭାଷାରେ ସମ୍ବାଦ ଦେବା ସହ ଇଲେକଟ୍ରୋନିକ ଉପକରଣକୁ ଚିହ୍ନିବା, ବସ୍ତୁକୁ ୧୦୦ ମିଟର ପର୍ଯ୍ୟନ୍ତ ଉଠାଇ ନେଇ ଯିବା ପାଇଁ ସକ୍ଷମ । ଆର୍ଥୀକ ସମସ୍ୟା ହେତୁ ରୋଶନ ତାଙ୍କ ସ୍ନାତକ ପାଠ ସମ୍ପୁର୍ଣ୍ଣ କରି ପାରି ନାହାଁନ୍ତି । ଇଣ୍ଟରନେଟର ସାହାର୍ଯ୍ୟ ଯୋଗେ ଓ ୧.୩ ଲକ୍ଷ ଟଙ୍କାରେ, କିଛି ମଧ୍ୟ ଟେକନିକାଲ ସହଯୋଗ ନନେଇ ଏହାକୁ ପ୍ରସ୍ତୁତ କରିଛନ୍ତି ଇରୋମ । ଏଥିପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଥିବାର ସେ କହିଛନ୍ତି । ଏହାକୁ ନିର୍ମାଣ କରିବା ପାଇଁ ତାଙ୍କ ବାପା ଓ ପଡୋଶୀ ତାଙ୍କୁ ସହୋଯୋଗ କରିଥିବା କଥା ସେ କୁହନ୍ତି।

ଇରୋମଙ୍କ କହିବା ଅନୁଯାୟୀ , ସେ ଏହାର ସମସ୍ତ ସୁତ୍ର ଇଣ୍ଟରନେଟରୁ ପାଇଥିଲେ ଏବଂ ଏହାକୁ ପ୍ରସ୍ତୁତ ପାଇଁ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଇମଫାଲର ପଶ୍ଚିମ ଜିଲ୍ଲାରେ ସାଗ୍ଲୋବିଣ୍ଡ ମୋଇରାଙ୍ଗ ହନୁବା ନିବାସୀ ଇରୋମ କହିଛନ୍ତି ଏହି ରୋବର୍ଟଟି କଷ୍ଟସାଧ୍ୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରିବ ଏବଂ ଏହାକୁ ମୋବାଇଲ ଫୋନ ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ । ରୋଶନ ଏହି ରବିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କୁ ଭେଟି ରୋବର୍ଟ ବିଷୟରେ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ବିରେନ ସିଂହ ଟ୍ୱିଟରରେ ଲେଖିଛନ୍ତି ଯେ, ମଣିପୁରର ଛାତ୍ର ଖେଳ ଓ ସଂସ୍କୃତିରେ କୌଣସି ଗୁଣରେ କମ ନୁହଁନ୍ତି । ଏହି ପରି ପ୍ରତିଭାବାନ୍ ଜଣେ ଛାତ୍ର ଇରୋମ କଥାକୁହା ରୋବର୍ଟ ପ୍ରସ୍ତୁତ କରିଛନ୍ତି । ରୋବୋର୍ଟଟି ସମ୍ବାଦ ବାର୍ତ୍ତା ମଧ୍ୟ ଦେବ ଓ ଇରୋମଙ୍କୁ ପୁରଷ୍କାର ରାଶି ବାବଦକ ୧ ଲକ୍ଷ ଟଙ୍କା ଦେବାକୁ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।