କନକ ବ୍ୟୁରୋ : ଲାୟନ୍ସ କ୍ଲବ ହାଇଦ୍ରାବାଦ ଯୁବା, ଡିଷ୍ଟ୩୨୦(କ) ଦ୍ୱାରା ଗ୍ରାଣ୍ଡ କୁଇନ୍ ଲିଡରସିପ୍ ଆୱାର୍ଡ ୨୦୨୪ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏସଏନଏମ ଗ୍ରୁପ, ଅଜନ୍ତା ଆଡଭାଇଟେଜ, ମୁସ୍କାନ ଫୁଡ, ସାଇ ସାଇ ଟ୍ରେଡର୍ସର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୨୧ ଜଣ ମହିଳା ମୁଖ୍ୟଙ୍କୁ ପୁରସ୍କୃତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଗ୍ରାଣ୍ଡ କୁଇନ ଯୁବା କ୍ଲବ ଓ ୫ ଜଣଙ୍କୁ ଲାୟନ୍ସ କ୍ଲବ ତରଫରୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମ ହୋଟେଲ ସୂରଜ ପାଲେସରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ଲୋପାମିଶ୍ର୍ର ଜନା ଯୋଗ ଦେଇଥିଲେ । ଗ୍ରାଣ୍ଡ କୁଇନ କ୍ଲବର ଓଡିଶା ସଭାପତି ମୁନମୁନ ସିଂ ଏହି ସଂଗଠନର ନିର୍ମାଣ କରିଛନ୍ତି । ଏହା ଓଡିଶାରେ ୩ ବର୍ଷ ହେବ ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ପୁରସ୍କୃତ କରିଆସୁଛି । ଏହାସହ ଜାତୀୟ ସ୍ତରରେ ଏହି ସଂଗଠନକୁ ନିର୍ମାଣ କରିଥିବା ଡ, ସୌରଭ ସୁରେକା ଓ ରୁପା ସୁରେକା ଦୀର୍ଘ ୭ ବର୍ଷ ହେବ ଚଳାଇ ଆସୁଛନ୍ତି । ଏହି କ୍ଷେତରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚନା କରିବା ପାଇଁ ୧୦୮ ଟି କ୍ଷେତ୍ରରେ କାମ କରି ସଫଳତା ପାଇଥିବା ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।
ଚଳିତ ମାସରେ ହିଁ ଗ୍ରାଣ୍ଡ କୁଇନ୍ସର କୋଲକତା, ଭୁବନେଶ୍ୱର, ପାଟନା ଓ ଆଜମେର ସଂସ୍କରଣ ଆୟୋଜନ କରାଯିବ । ବାଂଲାଦେଶ, ବ୍ରିଟେନ, ଆମେରିକା, ସିଙ୍ଗାପୁର ଭଳି ବିଭିନ୍ନ ଦେଶରୁ ମଧ୍ ଏହି ପୁରସ୍କାର ବିଜେତାମାନେ ଭାଗ ନେଇଛନ୍ତି ।
ଗ୍ରାଣ୍ଡ କୁଇନ୍ସ କ୍ଲବ ହେଉଛି ବିଭିନ୍ନ କ୍ଷେତ୍ର ଏବଂ ବୟସ ବର୍ଗର ସମସ୍ତ କର୍ମଜୀବୀ ମହିଳାଙ୍କ ଏକାଠି ହେବାର ଏକ ମଞ୍ଚ । ଯାହା କି ନେଟୱାର୍କ, ସହଯୋଗୀ ଏବଂ ଅଭିବୃଦ୍ଧି ପାଇଁ ଉଦ୍ଧିଷ୍ଟ । ସେମାନେ ଗ୍ରାଣ୍ଡକୁଇନ୍ସ ଭଳି ବିଭିନ୍ନ କାର୍ଯ୍ୟକଳାପ ଏବଂ ପଦକ୍ଷେପ ଆରମ୍ଭ କରିଥାନ୍ତି । ସଂଗମ, ଗ୍ରାଣ୍ଡକୁଇନ୍ସ ଟ୍ୟାଲେଣ୍ଟ ୱାକ ଏବଂ ଗ୍ରାଣ୍ଡ ହୋମ ସେଫ ଇଣ୍ଡିଆ ଇତ୍ୟାଦି ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ ଗ୍ରାଣ୍ଡକ୍ୱିନ୍ସ । ଏହାସହ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବାକୁ ଡ.ସୌରଭ ସୁରେକାଙ୍କ ଉଦ୍ୟମରେ ଚରଖା ଫାଉଣ୍ଡେସନ ତରଫରୁ ଏକ ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା । ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ୧୦ ଜଣ ଗ୍ରାଣ୍ଡ କ୍ୱିନଙ୍କ ରାମ୍ପ ୱାକ, ଭାରତୀୟ ପୋଷାକ ପିନ୍ଧିଥିବା ଯୁବତୀମାନେ କରିଥିଲେ । ଏହି ରାମ୍ପ ୱାର୍କର କୋରିଓଗ୍ରାଫି କରିଥିଲେ ମନପ୍ରୀତ କୌର । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କପିଲା ନାଗପାଲ ।
ଗ୍ରାଣ୍ଡ କ୍ୱିନ କମ୍ୟୁନିଟିରେ ବର୍ତ୍ତମାନ ୪୦୦ ରୁ ଅଧିକ ଗ୍ରାଣ୍ଡକୁଇନ୍ ରହିଛନ୍ତି । ଏବେ ସେମାନଙ୍କ ମଧ୍ୟରୁ ୧୬ ଜଣ ଗ୍ରାଣ୍ଡକ୍ୱିନଙ୍କୁ ଚିହ୍ନଟ କରାଯାଇଛି । ଏହାସହ ଜଣଙ୍କୁ ଓଡିଶା ଡିଭା, ୪ ଜଣଙ୍କୁ ଉକ୍ରଳ ଗୌରବ ସମ୍ମାନ, ଏବଂ ଓଡିଶା ସଭାପତି ମୁନମୁନ ସିଂଙ୍କୁ ଗ୍ରାଣ୍ଡ କ୍ୱିନ କ୍ଲବ ତରଫରୁ କ୍ୱିନ୍ ଅଫ୍ ଗ୍ରାଣ୍ଡ କ୍ୱିନ ସମ୍ମାନରେ ସମ୍ମାନୀତ କରାଯାଇଛି
Follow Us