ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ମାସରୁ ଅଧିକ ସମୟ ବିତିଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏପଟେ ଇସ୍ରାଏଲର ମଧ୍ୟ ବହୁ କ୍ଷତି ହୋଇଛି । ଏକ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ୨୧ ଜଣ ସୈନିକ ପ୍ରାଣ ହରାଇଛନ୍ତି ।
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏବେ ଇସ୍ରାଏଲର ଏକ ବହୁତ ବଡ଼ କ୍ଷତି ହୋଇଛି । ଏକ ଆକ୍ରମଣରେ ତାଙ୍କର ୨୧ ଜଣ ସୈନିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ସେନା ଏହି ସୂଚନା ଦେଇଛନ୍ତି । ସେନା କହିଛି ଯେ ଯୁଦ୍ଧ ଆରମ୍ଭ ହେବାଠାରୁ ଏହା ସେନାର ସବୁଠାରୁ ବଡ କ୍ଷତି । ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରି ମୁଖ୍ୟ ସେନାର ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହେଗରୀ କହିଛନ୍ତି ଯେ ସୋମବାର ଦିନ ଗାଜାର ଦୁଇଟି ଘର ଭାଙ୍ଗିବା ପାଇଁ ସୈନିକମାନେ ବିସ୍ଫୋରକ ଲଗାଇବାକୁ ପ୍ରସ୍ତୁତ ହେଉଥିବା ସମୟରେ ଲୁଚିଥିବା ଜଣେ ଆତଙ୍କବାଦୀ ଗ୍ରେନେଡ ଲଞ୍ଚର ଦ୍ଵାରା ଆକ୍ରମଣ କରିଥିଲା । ଗ୍ରେନେଡ ବିସ୍ପୋରଣ ହେବ କାରଣରୁ ଅଟ୍ଟାଳିକାଟି ଭୁଶୁଡି ପଡିଥିଲା ଏବଂ ଆମ ସୈନିକମାନେ ସେହି ଅଟାଳିକା ତଳେ ଚାପି ହେଇ ମୃତ୍ଯୁବରଣ କରିଥିଲେ ।
ଗାଜାରେ ହୋଇଥିବା ଏହି ମର୍ମନ୍ତୁଦ ଆକ୍ରମଣରେ ଶହୀଦ ହେଇଥିବା ୨୧ ଜଣ ସୈନିକଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ବିଜୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେନା ସଂଗ୍ରାମ ଜାରି ରଖିବ। ନେତାନ୍ୟାହୁ କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ସୋମବାର ଆମପାଇଁ ସବୁଠାରୁ କଷ୍ଟଦାୟକ ଦିନ ଥିଲା । ଆମର ହିରୋମାନଙ୍କ ନାମରେ ଏବଂ ଆମ ଜୀବନର ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ବିଜୟ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବୁ ନାହିଁ । ହାମାସ ଧ୍ୱଂସ ନହେବା ପର୍ଯ୍ୟନ୍ତ ଏବଂ ଆମର ୧୦୦ ରୁ ଅଧିକ ବନ୍ଧକ ମୁକ୍ତ ନହେବା ପର୍ଯ୍ୟନ୍ତ ନେତାନ୍ୟାହୁ ଯୁଦ୍ଧ ଜାରି ରଖିବାକୁ ଘୋଷଣା କରିଛନ୍ତି ।
ଯୁଦ୍ଧ ବିରତି ପ୍ରସ୍ତାବ
ଏହି ସମୟରେ ନେତାନ୍ୟାହୁ ଗାଜା ଉପରେ ହୋଇଥିବା ଆକ୍ରମଣକୁ ଦୁଇ ମାସ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି । କାତାର ଏବଂ ଇଜିପ୍ଟର ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ଇସ୍ରାଏଲ ହମାସ ନେତାମାନଙ୍କୁ ଏହି ଅଫର ଦିଆ ହେଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯିବା ଉଚିତ୍ । ଏବେ ପ୍ରଶ୍ନ ହେଉଛି ଇସ୍ରାଏଲର ପ୍ରସ୍ତାବକୁ ହମାସ ଗ୍ରହଣ କରିବ କି ନାହିଁ। ଯଦି ହାମାସ ଇସ୍ରାଏଲର ବନ୍ଧକମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ନୁହେଁ, ତେବେ ଅବସ୍ଥା ଆହୁରି ଖରାପ ହୋଇପାରେ। ୧୦୦ ରୁ ଅଧିକ ବନ୍ଧକ ଏବେ ମଧ୍ୟ ଗାଜାରେ ହମାସ କବଜାରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/collpsed.jpg)