ଇଞ୍ଜିନିୟରିଂ ସ୍କୁଲରୁ ୨୧ ପଜିଟିଭ୍ ଚିହ୍ନଟ । ୧୩ଜଣ ଶିକ୍ଷକଙ୍କ ସମେତ ୮ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ।

404

କନକ ବ୍ୟୁରୋ : ପୁଣି ଏକ ଶିକ୍ଷାନୁଷ୍ଠାନରେ କରୋନା ପଜିଟିଭ ଚିହ୍ନଟ । ଶିକ୍ଷାନୁଷ୍ଠାନକୁ ମାଡୁଛି ମହାମାରୀ । ଝାରସୁଗୁଡ଼ାର ଏକ ଇଂଜିନିୟରିଂ ସ୍କୁଲରୁ ୨୧ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ଶିକ୍ଷକ ଏବଂ ୮ଜଣ ଛାତ୍ରଛାତ୍ରୀ ଅଛନ୍ତି । ସମସ୍ତଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି ।

ସେପଟେ ରାଜ୍ୟରେ ଗତ ୨୪ ଘଂଟାରେ ୨୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସଂଗରୋଧରୁ ୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୧୯ଜଣ, କଳାହାଣ୍ଡି, ସୁନ୍ଦରଗଡ଼ରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୩ଜଣ । ରାଜ୍ୟରେ ମୋଟ ୩ଲକ୍ଷ ୩୬ ହଜାର ୪୮୨ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୩୯ ହଜାର ୯୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୧୯ଶହ ୨୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।