ମହଙ୍ଗା ପଡ଼ିଲା ବାଲେଶ୍ୱର ତାଳସାରୀ ସାମୁଦ୍ରିକ ଥାନା ଆଇଆଇସିଙ୍କୁ ମାଡ଼: ୨୧ ଜଣଙ୍କୁ ଉଠାଇ ନେଲା ପୋଲିସ, ଗିରଫ ଭୟରେ ଗାଁ ପୁରୁଷଶୁନ୍ୟ

432

କନକ ବ୍ୟୁରୋ: ଥାନା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ୨୧ ଜଣଙ୍କୁ ଉଠାଇନେଲା ପୋଲିସ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପେଟେ ଗିରଫ ଭୟରେ ଗାଁ ପୁରୁଷ ଶୁନ୍ୟ ହୋଇଯାଇଛି । ରାତିରେ ଜୁଆ ଆଡ୍ଡାରେ ଚଢାଉ ବେଳେ ବାଲେଶ୍ୱର ତାଳସାରୀ ସାମୂଦ୍ରିକ ଥାନା ଅଧିକାରୀଙ୍କୁ ଦୋକାନରେ ବନ୍ଦ କରି ମାଡ ମାରିଥିଲେ ଲୋକେ । ଆକ୍ରମଣରେ ପୁଲିସ ଗାଡି ଡ୍ରାଇଭରଙ୍କ ସହ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଖବର ପାଇଁ ଥାନା ଅଧିକାରୀ ଚମ୍ପାବତୀ ସୋରେନଙ୍କୁ ଉଦ୍ଧାର କରିଥିଲା ଭୋଗରାଇ ପୁଲିସ । କିଛି ଅସାମାଜିକ ବ୍ୟକ୍ତି ଆଇଆଇସିଙ୍କୁ ମାଡ ମାରିବା ସହ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଭୋଗରାଇ ସାହାବାଜିପୁର ପଂଚାୟତ ଉଦୟପୁର ଗାଁ ଭିତରେ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇ ତାଳସାରୀ ସାମୂଦ୍ରିକ ଥାନା ଅଧିକାରୀ ଏବଂ ପୁଲିସ ଟିମ ସେଠାରେ ପହଂଚିଥିଲେ । ଏହି ସମୟରେ ଏକ ଦୋକାନ ବନ୍ଦ କରିବାକୁ ନେଇ ସେଠାରେ କିଛି ଲୋକଙ୍କ ସହ ଯୁକ୍ତିର୍ତକ ହୋଇଥିଲା । ପରେ ସେମାନେ ଥାନା ଅଧିକାରୀଙ୍କୁ ଏକ ଦୋକାନ ଭିତରକୁ ଟାଣିନେଇଥିଲେ । ଅଟକାଇବାକୁ ଯାଇଥିବା ପୁଲିସ ଡ୍ରାଇଭର ସୁଧାଂଶୁ ମହାନ୍ତିଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ । ଖବର ପାଇ ପରେ ଘଟଣାସ୍ଥଳରେ ପାଖ ଥାନା ପୁଲିସ ପହଂଚି ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ ।