ପଦ୍ମଶ୍ରୀ ପାଇଁ ସାଧାରଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନ : ସମାଜର ଅସଲି ହିରୋଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ  ।

252

ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା କିଛି ସାଧାରଣରୁ ଅସାଧାରଣ ପାଲଟିଥିବା ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା । ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବ୍ୟକ୍ତି କଠିନ ପରିଶ୍ରମ ବଳରେ ପିରାମିିଡ ଭଳି ତଳୁ ଶୀର୍ଷକୁ ଉଠିଛନ୍ତି । ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ନିମନ୍ତେ ୪୬,୦୦୦ ନାମାଙ୍କନ ଗ୍ରହଣ କରାଯାଇଥିଲା । ରାଷ୍ଟ୍ରପତି ଏ ବର୍ଷ ୧୧୮ ଟି ପଦ୍ମ ସମ୍ମାନ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ।

୧. ଜଗଦୀଶ ଲାଲ ଆହୁଜା : ଲଙ୍ଗର ବାବା । ଜଗଦୀଶ ଲାଲ ଗତ ୨ ଦଶକ ହେବ ୫୦୦ ରୁ ଅଧିକ ଗରିବ ଲୋକଙ୍କ ପାଇଁ ପ୍ରତିଦିନ ଲଙ୍ଗରର ଆୟୋଜନ କରିଥାନ୍ତି । ବୟସ ୮୫ ବର୍ଷ । ତାଙ୍କର ଏଭଳି ମହାନତା ପାଇଁ ପଦ୍ମ ପୁରସ୍କାରରେ ନାମ ଘୋଷଣା କରାଯାଇଛି । ଏହିଭଳି ୧୧୮ ଜଣଙ୍କୁ ପଦ୍ମ ସମ୍ମାନରେ ବିଭୂଷିତ କରାଯିବ । ସେମାନଙ୍କ ମଧ୍ୟରୁ କିଛି ଜଣ ରିୟଲ ଲାଇଫରେ କୌଣସି ହିରୋ ଠାରୁ କମ୍ ନୁହଁନ୍ତି । 

୨. ମହମ୍ମଦ ଶରୀଫ : ଶରୀଫ ଗତ ୨୫ ବର୍ଷ ହେବ ଅଚିହ୍ନା ଶବର ବନ୍ଧୁ ପାଲଟିଛନ୍ତି । ସେମାନଙ୍କର ଶବ ସଂସ୍କାର କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ଶରୀଫ ୨୫ ହଜାର ଶବର ଅନ୍ତିମ ସଂସ୍କାର କରିସାରିଲେଣି । ଚାଚା ଶରୀଫଙ୍କ ନାମରେ ସେ ବେଶ୍ ପରିଚିତ ।

୩. ଜାବେଦ ଅହମଦ ତକ୍ : କାଶ୍ମୀରର ଦିବ୍ୟାଙ୍ଗ ପିଲାଙ୍କ ଜୀବନକୁ ସୁଦୃଢ କରି ସେମାନଙ୍କୁ ନୂଆ ଆଶା ଦେଖାଉଛନ୍ତି ଜାବେଦ । ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏହି ସମାଜସେବୀ ଗତ ଦୁଇ ଦଶକ ହେବ କାମ କରିଆସୁଛନ୍ତି ।

୪. ତୁଳସୀ ଗୌଡା : ଜଙ୍ଗଲର ଏନସାଇକ୍ଲୋପୀଡିୟା ହେଉଛନ୍ତି ତୁଳସୀ ଗୌଡା । ଲେଖା-ପଢା ଜାଣିନାହାନ୍ତି ତୁଳସୀ , କିନ୍ତୁ ଗଛଲତା ଓ ଜଡିବୁଟିରେ ତାଙ୍କର ରହିଛି ଅଦ୍ଭୁତ ଜ୍ଞାନ ।

୫. ସତ୍ୟନାରାୟଣ ମୁଣ୍ଡାୟୁର : ଅରୁଣାଚଳର ଅଙ୍କଲ ମୁସା । କେରଳର ମୁସା ଅଙ୍କଲ ଅରୁଣାଚଳ ପ୍ରଦେଶ ଲୋକଙ୍କ ପାଇଁ ଆଣିଦେଇଛନ୍ତି ଖୁସିର ଲହରି । ସେ ଚାରି ଦଶକ ହେବ ଅରୁଣାଚଳରେ ଦୁରବର୍ତ୍ତୀ ଅଞ୍ଚଳ ପାଇଁ ଶିକ୍ଷାର ଆଲୋକ ଆଣି ଦେଇଛନ୍ତି ।

୬. ଅବ୍ଦୁଲ ଜବ୍ୱାର : ଭୋପାଳ ଗ୍ୟାସ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ୩ ଦଶକ ହେବ କାର୍ଯ୍ୟ କରି ଆସୁଛନ୍ତି । ସେମାନଙ୍କ ଚିକିତ୍ସା ଓ କ୍ଷତିପୂରଣ ପାଇଁ ଲଢେଇ କରିଆସୁଛନ୍ତି । ସେ ଭୋପାଳ ଗ୍ୟାସ ପୀଡିତ ମହିଳା ଉଦ୍ୟୋଗ ସଂସ୍ଥାର ସଂଯୋଜକ ଅଛନ୍ତି ।

୭. ଉଷା ଚୌମାର : ଉଷା ୭ ବର୍ଷ  ବୟସରେ ସ୍ୱଚ୍ଛତା ଉପରେ କାର୍ଯ୍ୟ କରି ଆସୁଛନ୍ତି । ସ୍ୱଚ୍ଛତାର ମୂର୍ତ୍ତି ଉଷା ବର୍ତ୍ତମାନ ସୁଲଭ ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ହୋଇଛନ୍ତି । ସେ ପର୍ଯ୍ୟାବରଣ ସ୍ୱଚ୍ଛତା ପାଇଁ କାମ କରୁଛନ୍ତି । 

୮. ପୋପାଟରାବ ପୱାର : ‘ସ୍ୱରାଜ ଗ୍ରାମର ସୁପର ସରପଞ୍ଚ’ ହେଉଛନ୍ତି ପୋପାଟରାବ ପୱାର । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ମରୁଡି ପୀଡିତ ଗାଁ ପାଇଁ ବରଦାନ ସଦୃଶ । ସେ ହିବାଡ ବଜାର ଗାଁର ସରପଞ୍ଚ । ପୋପାଟରାବ ୪.୫ଲକ୍ଷ ବୃକ୍ଷ ରୋପଣ କରିଛନ୍ତି ।

୯. ହରେକାଲା ହଜବ୍ୱା : ପେଶାରେ ଖାଦ୍ୟ ଦୋକାନୀ ଥିବା ହଜବ୍ୱା ଅଶିକ୍ଷିତ ଥିଲେ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସେ ମସଜିଦ ଭିତରେ ହଜବ୍ୱା ସ୍କୁଲର ସ୍ଥାପନା କରିଛନ୍ତି ।

୧୦. ମୁଝୀକ୍କଲ ପଙ୍କଜାକ୍ଷୀ :  ପାରମ୍ପରିକ କଣ୍ଢେଇ ନାଚ ନୋକ୍କୁବିଦ୍ୟାର ସଂରକ୍ଷଣ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ସମ୍ମାନିତ କରାଯିବ । ସେ ଏହି କଳାର ଏକମାତ୍ର ପ୍ରାକଟିଶେନର ଅଟନ୍ତି ।

୧୧. ହିମ୍ମତ ରାମ ବାମ୍ଭୁ : ଚାଷ ଓ ପର୍ଯ୍ୟାବରଣବିତ୍ ରାମ ପ୍ରକୃତିର ସୁରକ୍ଷା ଦିଗରେ ସବୁବେଳେ କାର୍ଯ୍ୟରତ । ସେ ବନୀକରଣ କ୍ଷେତ୍ରରେ ପ୍ରୋତ୍ସାହନ ଦେଇଆସୁଛନ୍ତି । ରାଜସ୍ଥାନରେ ସେ ୧ ଲକ୍ଷ ଗଛ ଲଗାଇଛନ୍ତି । 

୧୨. ରୋହୀବାଈ ସୋମା ପୋପରେ : ରୋହୀବାଈ ପାଠପଢିନାହାନ୍ତି ସତ । କିନ୍ତୁ  ଅହମଦନଗରରେ ରହୁଥିବା ଏହି କବାୟଲୀ ମହିଳା ମଞ୍ଜି ବ୍ୟାଙ୍କର ସ୍ଥାପନା କରିଛନ୍ତି । ସେ ୫୦ ଏକର ଜମିର ସଂରକ୍ଷଣ କରିଛନ୍ତି , ଯେଉଁଥିରେ ଧାନ , ପନିପରିବା ଆଦି ଚାଷ କରାଯାଉଛି ।

୧୩. ଯୋଗୀ ଆରୋନ : ଯୋଗୀ ଗତ ୩୫ ବର୍ଷ ହେବ ହିମାଳୟ କ୍ଷେତ୍ରରେ ମାଗଣାରେ ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି । ସେ ‘ହେଲ୍ପିଙ୍ଗ ହ୍ୟାଣ୍ଡ’ ର ସ୍ଥାପନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦୦ ରୋଗୀଙ୍କ ଚିକିତ୍ସା ମାଗଣାରେ କରିଛନ୍ତି ।

୧୪. ମୁନ୍ନା ମାଷ୍ଟର : ମୁସଲିମ ପରିବାରରୁ ଆସୁଥିବା ମୁନ୍ନା ଜଣେ ଭଜନ ଗାୟକ । ସେ ନିଜେ ଭଗବାନ କୃଷ୍ଣ ଓ ଗାଈଙ୍କ ଉପରେ ଭଜନ ଲେଖିଛନ୍ତି ।

୧୫. ସୁନ୍ଦରମ୍ ବର୍ମା : ପାଣି ବଞ୍ଚାଇବା ଟେକନିକ ସହିତ ସେ ରାଜସ୍ଥାନରେ ୫୦,୦୦୦ ଗଛ ଲଗାଇଛନ୍ତି । ଏହି ଟେକନିକ ପାଇଁ ଗଛଗୁଡିକୁ କେବଳ ଏକ ଲିଟର ପାଣିର ଆବଶ୍ୟକତା ପଡିଥାଏ । 

୧୬. ଏସ ରାମାକୃଷ୍ଣନ : ଚାରି ଦଶକ ହେବ ୧୪,୦୦୦ ରୁ ଅଧିକ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ପୁନଃବିନାସ କରିଛନ୍ତି । 

୧୭. ରବି କନନ : ଡାକ୍ତର ରବି ୭୦ ହଜାର କ୍ୟାନସର ପୀଡିତଙ୍କ ଚିକିତ୍ସା ମାଗଣାରେ କରିଛନ୍ତି । 

୧୮. ଟ୍ରିନିଟୀ : ପେଶାରେ ସ୍କୁଲ ଶିକ୍ଷୟତ୍ରୀ । ଆଦିବାସୀ ମାନଙ୍କ ପାଇଁ ହଳଦୀ ଚାଷ କ୍ଷେତ୍ରରେ ପ୍ରେରଣା ଯୋଗାଇ ଆସିଛନ୍ତି । ଦେଶୀ ହଳଦୀ ଚାଷରେ ୮୦୦ ମହିଳାଙ୍କୁ ନିୟୋଜିତ କରିଛନ୍ତି । 

୧୯. କୁଶଲ କମ୍ବର ଶର୍ମା : ଡାକ୍ତର କୁଶଲ ଏସିୟାର ଲୁପ୍ତପ୍ରାୟ ହାତୀଙ୍କ ପ୍ରଜାତିକୁ ବଞ୍ଚାଇବା କ୍ଷେତ୍ରରେ କାମ କରିଆସୁଛନ୍ତି । ୩ ଦଶକ ହେବ ସେ ଗୋଟିଏ ମଧ୍ୟ ସପ୍ତାହ ମଧ୍ୟ ଛୁଟି ନେଇନାହାନ୍ତି । 

୨୦. ରାଧା ମୋହନ ଓ ସାବରମତୀ : ଅର୍ଗାନିକ୍ ଟେକନିକ୍ ର ବ୍ୟବହାର କରି ଶୁଖିଲା ଜମିକୁ ସବୁଜିମା କରିଥିବା ବାପା- ଝିଅ । 

୨୧. ଅରୁଣୋଦୟ ମଣ୍ଡଳ : ଦୁଇ ଦଶକ ହେବ ସୁନ୍ଦରବନ ଦୂରବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟସୁବିଧା ଉପଲବ୍ଧ କରାଇବା ପାଇଁ ମାଗଣାରେ ଚିକିତ୍ସା କରନ୍ତି ଅରୁଣୋଦୟ ମଣ୍ଡଳ । ଅର୍ଥାଭାବରୁ ସପ୍ତାହକୁ ଥରେ ୬ ଘଣ୍ଟାର ଯାତ୍ରା କରି ଗାଁକୁ ଯାଇ କରନ୍ତି ଚିକିତ୍ସା ।