ଆଜି ସଂଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ । ସାମିଲ ହୋଇପାରନ୍ତି ୨୧ ନୂଆ ଚେହେରା । ନୂଆ ପୁରୁଣା ମିଶାଇ ଶପଥ ନେଇପାରନ୍ତି ୪୩ ଜଣ ।

Advertisment
ଆଜି ସଂଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ । ସାମିଲ ହୋଇପାରନ୍ତି ୨୧ ନୂଆ ଚେହେରା । ନୂଆ ପୁରୁଣା ମିଶାଇ ଶପଥ ନେଇପାରନ୍ତି ୪୩ ଜଣ ।

କନକ ବ୍ୟୁରୋ: ସଂଧ୍ୟା ୬ଟାରେ ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ସମ୍ଭାବ୍ୟ ନାଁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ନାଥ ପାରସ, ନାରାୟଣ ରାଣେ, ଭୁପେନ୍ଦ୍ର ଯାଦବ ସାମିଲ ହୋଇପାରନ୍ତି । ସେହିପରି ଅନୁପ୍ରିୟା ପଟେଲ, କପିଲ ପାଟିଲ, ମୀନାକ୍ଷୀ ଲେକ୍ଷୀ, ରାହୁଲ କସୱା, ଅଶ୍ୱିନୀ ବୈଷ୍ଣବ, ଶାନ୍ତନୁ ଠାକୁରବି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିନୋଦ ସୋନକର, ପଙ୍କଜ ଚୌଧୁରୀ, ଆରଏସପି ସିଂ, ଦିଲେଶ୍ୱର କାମତ, ଚନ୍ଦ୍ରେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ, ରାମନାଥ ଠାକୁର, ରାଜକୁମାର ରଂଜନ, ବିଏଲ ବର୍ମା, ଅଜୟ ମିଶ୍ରା, ହିନା ଗାଭିତଙ୍କ ପରି ନାଁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚାରେ ରହିଛି । ଶୋଭା କରନ୍ଦଲାଜେ, ଅଜୟ ଭଟ୍ଟ, ପ୍ରୀତମ ମୁଣ୍ଡେ, ବିିଶେଶ୍ୱର ଟୁଡୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ମୋଦୀ କ୍ୟାବିନେଟରେ ନୂଆ ପୁରୁଣା ମିଶାଇ ସାମିଲ ହେବେ ୪୩ ଜଣ ମନ୍ତ୍ରୀ । ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ପଦ ମିଳିପାରେ । ମୋଦୀ କ୍ୟାବିନେଟରେ ସାମିଲ ହୋଇପାରନ୍ତି ୧୧ ଜଣ ମହିଳା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe