ମୁମ୍ବାଇରେ ଫସିଛନ୍ତି ଓଡିଆ ଯୁବତୀ । କାରଖାନାର ମାଲିକଠୁ ଟଙ୍କା ନେଇ ଠିକାଦାର ଫେରାର ପରେ ବନ୍ଧାପଡିଛନ୍ତି ଗଂଜାମର ୨୧ ଜଣ ଝିଅ, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କଲେ ନିବେଦନ ।

394

କନକ ବ୍ୟୁରୋ: ମୁମ୍ବାଇରେ ଫସିରହିଛନ୍ତି ଓଡିଆ ଯୁବତୀ । ଉଦ୍ଧାର କରିବାପାଇଁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି । ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳର ୨୧ ଜଣ ଓଡିଆ ଯୁବତୀ ମୁମ୍ବାଇରେ ଫସିଛନ୍ତି । ସେମାନେ ଏକ ଚିଙ୍ଗୁଡି କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ । ସେମାନଙ୍କୁ ପୋଲସରା ବ୍ଲକ କଳମ ଗାଁରେ ଜଣେ ଠିକଦାର ନେଇ କାମ ଦେଇଥିଲା । କିନ୍ତୁ ଲକଡାଉନ ପରଠୁ ଚିଙ୍ଗୁଡି କାରଖାନା ମାଲିକ ସେମାନଙ୍କୁ ଛାଡୁନାହିଁ ।

ତେବେ ଠିକାଦାର ଜଣକ ୨୧ ଜଣ ଯୁବତୀଙ୍କ ପାରିଶ୍ରାମିକ ବାବଦରେ ୨ ଲକ୍ଷ ଟଙ୍କା ନେଇ ପଳାଇଥିବାରୁ ମାଲିକ ସେମାନଙ୍କୁ ଛାଡୁନଥିବା ଫସିଥିବା ଝିଅମାନେ କହିଛନ୍ତି । ସେମାନଙ୍କୁ ମାସରେ ମାତ୍ର ୫ ଦିନ କାମ କରିବାକୁ ଦିଆଯାଉଛି । ଏଥିରୁ ଖାଇବା ପଇସା ବି ଯୋଗାଡ ହୋଇପାରୁନି ବୋଲି ସେମାନେ କହିଛନ୍ତି । ଏହା ପରେ ବାଧ୍ୟ ହୋଇ ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ।mi