ପରାକ୍ରମ ଦିବସରେ ଯୋଦ୍ଧାଙ୍କୁ ସମ୍ମାନ: ୨୧ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ ହେଲା ଆଣ୍ଡାମାନା-ନିକୋବରର ୨୧ ଦ୍ୱୀପ

324

କନକ ବ୍ୟୁରୋ: ନେତାଜୀ ସୁବାଷ ଚନ୍ଦ୍ର ବୋସଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଣ୍ଡାମାନ-ନିକୋବରରେ ଥଇବା ୨୧ଟି ନାମହୀନ ଦ୍ୱୀପରନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ନେତାଜୀଙ୍କ ପ୍ରତି ଉତ୍ସଗ ଏକ ଜାତୀୟ ସ୍ମାରକୀ ମଡେଲର ମଧ୍ୟ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିବା ସହ ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏହି ଦ୍ୱୀପର ନାମ ୨୧ ଜଣ ପରମବୀର ଚକ୍ର ବିଜେତା ଯବାନଙ୍କ ନାଁରେ ରଖାଯାଇଛି । ଏହି ବୀର ମାନଙ୍କ ମଧ୍ୟରେ ବିକ୍ରମ ବତ୍ରା, ଅବଦୁଲ୍ଲ ହମିଦ, ମେଜର ସୋମନାଥ ଶର୍ମାଙ୍କ ଭଳି ନାଁ ଉଲ୍ଲେଖ ରହିଛି । ୨୧ଟି ଦ୍ୱୀପ ମଧ୍ୟରେ ସବୁଠୁ ବଡ ଦ୍ୱୀପକୁ ପ୍ରଥମ ପରମବୀର ଚକ୍ରପ୍ରାପ୍ତ ମେଜର ସୋମନାଥଙ୍କ ନାଁ ଅନୁସାରେ ନାମିତ କରାଯାଇଛି ।