ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିରରୁ ବିରଳ ୨୧ଟି ମୂର୍ତ୍ତି ଚୋରି: ସାଇଣ୍ଟିଫିକ୍ ଟିମର ତନାଘନା; ଷଷ୍ଠ ଶତାଦ୍ଦୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିନେଲେ ଦୁର୍ଲଭ ମୂର୍ତ୍ତି

728

କନକ ବ୍ୟୁରୋ: ଷଷ୍ଠ ଶତାବ୍ଦୀର ମନ୍ଦିରରୁ ମୂର୍ତି ଚୋରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷପ୍ରଜାପତି ମନ୍ଦିରରୁ ଦୁବୃର୍ତ ଲୁଟିନେଲେ ବହୁ ପ୍ରାଚୀନ ୨୧ଟି ମୂର୍ତି । ବାଣପୁର ପୋଲିସ ସହ ସାଇଟିଂଫିକ୍ ଟିମ୍ ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରୀ ମୂର୍ତି ଭିତରେ ବିରଳ ଓ ପ୍ରସିଦ୍ଧ ଅଷ୍ଟଧାତୁ ମୂର୍ତି ମଧ୍ୟ ରହିଛି । ରାଜ୍ୟର ଏହି ଅନ୍ୟତମ ପ୍ରାଚୀନ ମନ୍ଦିର ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ବାପ ଘର ଭାବେ ବେଶ ପରିଚିତ । ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଭଗବତୀ ଏହି ମନ୍ଦିରରେ ରହିଥାନ୍ତି । ମୂର୍ତି ଚୋରୀକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଦୁବୃର୍ତକୁ ଧରିବା ପାଇଁ ଦାବି ଜୋର ଧରିଛି ।