ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୧ ଆଇଏଏସଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲେ ରାଜ୍ୟ ସରକାର ।

166

କନକ ବ୍ୟୁରୋ : ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବାରୁ ରାଜ୍ୟ ସରକାର ୨୧ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରିଛନ୍ତି । ରାଜ୍ୟର ୧୪ଟି ସ୍ଥାନର ଦାୟିତ୍ବ ଏହି ଅଧିକାରୀଙ୍କୁ ରାଜ୍ୟ ସରକାର ନ୍ୟସ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

ଅନୁ ଗର୍ଗ ଓ ଏନ. ଥିରୁମଲା ନାୟକଙ୍କୁ ଭୁବନେଶ୍ବର ସହର ଦାୟିତ୍ବ ଦିଆଯାଇଥିବା ବେଳେ ମଧୁସୁଦନ ପାଢୀଙ୍କୁ ବାଲେଶ୍ବର ଓ ଭଦ୍ରକ, ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଦାୟିତ୍ବ ଦିଆଯାଇଛି । ସେହିପରି ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା, ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୁଷ୍ଟିଙ୍କୁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା, ଜି. ମାଥିଭଥାନନଙ୍କୁ ଗଞ୍ଜାମ ଓ ଗଜପତି ଜିଲ୍ଲା, ହେମନ୍ତ ଶର୍ମା ଓ ଡ.ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲା ଦାୟିତ୍ବ ଦିଆଯାଇଥିବାବେଳେ ଚିତ୍ରା ଅରୁମୁଗମଙ୍କୁ ସମ୍ବଲପୁର ଓ ସୋନପୁର ଜିଲ୍ଲା, ଶାଶ୍ବତ ମିଶ୍ର ଓ ବିଷ୍ଣ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା, ଭି.ଭି. ଯାଦବ ଓ ରସିଦ ଖାଁଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା, ତାମଜେନଓ୍ବାପଙ୍ଗ ଓଙ୍କୁ ଗଜପତି ଜିଲ୍ଲା, ଅନୀଲ କୁମାର ସାମଲଙ୍କୁ କଟକ ସହର, କଟକ ଗ୍ରାମାଞ୍ଚଳ, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ, ସୁଶାନ୍ତ ମହାପାତ୍ରଙ୍କୁ କଟକ ସହର ଓ କଟକ ଗ୍ରାମାଞ୍ଚଳ ଦାୟିତ୍ବ ଦିଆଯାଇଛି।