କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲରେ ରହିଛି ତ୍ରୁଟି । ଏହାକୁ ନେଇ ଆଜି ଦେଶର ୨୧ ସହରରେ ୨୧ ମହିଳା କଂଗ୍ରେସ ନେତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବ । ଯଦିଓ ଏହି ବିଲକୁ ସଂସଦର ଉଭୟ ସଦନରେ କଂଗ୍ରେସ ସମର୍ଥନ କରିଛି କିନ୍ତୁ ଏହି ବିଲରେ ତ୍ରୁଟି ଥିଲା ବୋଲି କହିଥିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସେ କହିଥିଲେ ଯେ କଂଗ୍ରେସ ଏହି ବିଲକୁ ସମର୍ଥନ କରୁଛି କିନ୍ତୁ ଆମେ ବିଲକୁ ନେଇଚିନ୍ତିତ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଥିଲେ ଯେ ଭାରତୀୟ ମହିଳାମାନେ ୧୩ ବର୍ଷ ଧରି ସେମାନଙ୍କର ଦାୟିତ୍ ତୁଲାଇବାକୁ ଅପେକ୍ଷା କରି ରହିଛନ୍ତି । ଏବେ ସେମାନଙ୍କୁ ଆଉ କିଛି ବର୍ଷ ଅପେକ୍ଷା କରିବାକୁ କୁହାଯାଉଛି । ସେମାନଙ୍କୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ? ଏପରି ଆଚରଣ ଠିକ କି ? ସୋନିଆ ଗାନ୍ଧୀ କହିଥିଲେ ଯେ ଏହି ବିଲ୍ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ କିନ୍ତୁ ଏହା ସହିତ ଜାତି ଜନଗଣନା କରାଯିବା ଉଚିତ ଏବଂ ଏସସି-ଏସଟି, ଓବିସି ବର୍ଗର ମହିଳାମାନଙ୍କୁ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ । ମୋଟ୍ ୨୧ ସହରରେ ୨୧ କଂଗ୍ରେସ ନେତ୍ରୀ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ । ଭୁବନେଶ୍ୱରରେ ଶ୍ରୀମତି ରଞ୍ଜିତ ରଞ୍ଜନ ପ୍ରେସମିଟ୍ କରିବେ ବୋଲି ଟ୍ୱିଟ୍ କରି କଂଗ୍ରେସ କହିଛି ।