୨୧ ଥର ଆବେଦନ, ୭ ବର୍ଷର ଅପେକ୍ଷା ପରେ ମିଳିଲା ଆଧାର କାର୍ଡ଼ । ୨୧ଥର ଆବେଦନ ରଦ୍ଧ ହେବା ପରେ ଅଦାଲତର ଆଶ୍ରୟ ନେଲେ ଆବେଦନକାରୀ । ଶେଷରେ ଆଧାରକାର୍ଡ଼ ପ୍ରସ୍ତୁତ କରି ହିତାଧିକାରୀଙ୍କୁ ଦେଲା ପ୍ରଶାସନ ।

193

କନକ ବ୍ୟୁରୋ : ଆଧାର କାର୍ଡ ପାଇଁ ୨୧ ଥର ଆବେଦନ, ୭ ବର୍ଷର ଅପେକ୍ଷା । ୨୦୧୪ ମସିହାରୁ ଆଧାର କାର୍ଡ ପାଇଁ ଆବେଦନ କରି ବାରମ୍ବାର ରିଜେକ୍ଟ ହେବା ପରେ ନିରାଶ ହୋଇଥିଲେ ଆବେଦନକାରୀ । ଶେଷରେ ଆଧାର କାର୍ଡ ପାଇଁ ଅଦାଲାତର ଆଶ୍ରୟ ନେଇଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ କ୍ଷେତାପାଜୁ ଗାଁର ଜିତେନ୍ଦ୍ର ସେଠୀ ।

କନକ ବ୍ୟୁରୋ : ଆଧାର କାର୍ଡ ନଥିବାରୁ ଜିତେନ୍ଦ୍ର ସବୁ ସରକାରୀ ସବୁଧାରୁ ବଂଚିତ ହେଉଥିଲେ । ତେଣୁ ଆଧାର କାର୍ଡ ପାଇଁ ୨୦୧୪ ମସିହାରୁ ଆବେଦନ କରି ଆସୁଥିଲେ । ସମସ୍ତ ପରିଚୟ ପତ୍ର ଦେବା ସହ ଫଟୋ ମଧ୍ୟ ଉଠାଉଥିଲେ । ହେଲେ କାର୍ଡ ଆସିବା ଆଗରୁ ତାଙ୍କ ଆବେଦନ ଖାରଜ ହୋଇଯାଇଥିବା ଶୁଣିବାରୁ ମିଳୁଥିଲା ।

ଆବେଦନ ଖାରଜ ହେବାର କାରଣ ମଧ୍ୟ କୁହାଯାଉନଥିଲା । ଏନେଇ ରାଜେନ୍ଦ୍ର ପ୍ରଶାସନକୁ ଅବଗତ କରାଇଥିଲେ । ହେଲେ ପ୍ରଶାସନିକ ଅଧିକାରୀ କିଛି ଶୁଣି ନଥିଲେ । ତେଣୁ ସେ ଲୋକ ଅଦାଲାତର ଆଶ୍ରୟ ନେଇଥିଲେ । ଶେଷରେ ଲୋକ ଅଦାଲତଙ୍କ ନିର୍ଦେଶ କ୍ରମେ ରାଜେନ୍ଦ୍ରଙ୍କ ପାଇଁ ଖଜୁରୀପଡା ବ୍ଲକ ପ୍ରଶାସନ ନିଜେ ଆଧାର କାର୍ଡ ପ୍ରସ୍ତୁତ କରି ପ୍ରଦାନ କରିଛି ।