କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତିି ଭୋଟର । ପ୍ରବଳ ଖରା, ଗୁଳୁଗୁଳି ସତ୍ତେ୍ୱ ମଧ୍ୟ ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ୨୧.୩୨% ମତଦାନ ହୋଇଛି ।
ଜିଲ୍ଲାୱାରୀ ଭୋଟ ପ୍ରତିଶତକୁ ଦେଖିଲେ ଦେବଗଡରେ ଏବେ ସୁଦ୍ଧା ସର୍ବାଧିକ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୨୪% ମତଦାନ ହୋଇଛି । ସେହିଭଳି ଢେଙ୍କାନାଳରେ ୨୦.୯୨%, କେଉଁଝରରେ ୨୦.୮୪%, ଖୋର୍ଦ୍ଧାରେ ୨୧.୬୧%, ମୟୂରଭଞ୍ଜରେ ୨୧.୨୪%, ନୟାଗଡରେ ୧୯.୩୦%, ପୁରୀରେ ୨୧.୬୪%, ସମ୍ବଲପୁରରେ ୨୨.୪୯% ମତଦାନ ହୋଇଛି । ସେହିଭଳି ବିଧାନସଭା ସ୍ତରରେ ପାଲଲହଡାରେ ସର୍ବାଧିକ ୩୬.୩୪% ମତଦାନ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3rd-phase-election.jpg)