ସୁନ୍ଦରଗଡରୁ ଲାହୋର ଜେଲ, ଶତୃଦେଶରେ ୨୦ ବର୍ଷର ବନ୍ଦୀ ଜୀବନ । ମୃତ୍ୟୁର ପାଦ ଦେଶକୁ ଛୁଇଁ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ କୁଲୁ

246

କନକ ବ୍ୟୁରୋ : ଓଡିଶାର କୂଳଭୁଷଣ ବିରଜୁ କୁଲୁ । ପାକିସ୍ତାନ ଜେଲରେ ୨୦ ବର୍ଷର ଜର୍ଜରିତ ବନ୍ଦୀ ଜୀବନ । ସାମାନ୍ୟ ଭୁଲରୁ ପାକିସ୍ତାନରେ ଫସିଗଲେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ । ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଏବେ ଗାଁକୁ ଡେଫରୁଛନ୍ତି ବିରଜୁ । ଯୁବକ ବେଳେ ସେଥିଲେ ସାମାନ୍ୟ ମାନସିକ ବିକୃତ । ୨୦/୨୫ ବର୍ଷ ହୋଇଥିବା ବେଳେ ସେ ଘର ଛାଡି କେଉଁଆଡେ ପଳାଇଥିଲେ । ପରିବାର, ବନ୍ଧୁ ପରିଜନ ଅନେକ ଖୋଜା ଖୋଜି କରିବା ପରେ ବି କିଛି ମିଳିନଥିଲା ସନ୍ଧାନ । ହେଲେ ୨୦ ବର୍ଷ ପରେ ଗତବର୍ଷ ହଠାତ ବିରଜୁଙ୍କ ଘରେ ପହଂଚିଲା କୁତ୍ରା ପୋଲିସ । ଆଉ ଠିକଣା ଯାଂଚ କରିଥିଲା । ଆଉ ଜଣାପଡିଲା ଯେ ବିରଜୁ ଏବେ ବି ବଞ୍ଚିଛି ଆଉ ପାକିସ୍ତାନର ଲାହୋର ଜେଲରେ ବନ୍ଦୀ ଜୀବନ କାଟୁଛି ।

ବିରଜୁ ଭୁଲ ବସତ ପାକିସ୍ତାନ ସୀମା ଭିତରେ ପଶିଯିବାରୁ ତାକୁ ପାକିସ୍ତାନ ସେନା ସନ୍ଦେହ କରି ଲାହୋର ଜେଲରେ ପୁରାଇଦେଇଥିଲା । ଏନେଇ କିଛି ସଠିକ୍ ସୂଚନା ମିଳିନାହିଁ । ହେଲେ ଜେଲ ମିଆଦ ସରିବା ପରେ ଭାରତ ସରକାରଙ୍କ ସହ ଯୋଗା ଯୋଗ କରି ପାକିସ୍ତାନ ସରକାର ଏବେ ତାଙ୍କୁ ଜେଲରୁ ମୁକୁଳାଇଛନ୍ତି । ବିରଜୁକୁ ଅକ୍ଟୋବର ୨୬ ତାରିଖରେ ଭାରତକୁ ହସ୍ତାନ୍ତର କରିଛି ପାକିସ୍ତାନ ସରକାର । ଏହାପରେ ଭାରତ ସରକାର ବିରଜୁକୁ ଆଣି ପଞ୍ଜାବ ଅମୃତସର ଠାରେ ଥିବା ନାରାୟଣଗଂଜ କୋଭିଡ ହସ୍ପିଟାଲରେ ରଖିଛନ୍ତି । ଗଲାବେଳେ ଛାଡି ଯାଇଥିବା ବାପା ମା ଏବେ ବିରଜୁକୁ ଛାଡି ଚାଲିଯାଇଛନ୍ତି । ଏକ ମାତ୍ର ଭଉଣୀ ଏବେ ବାହା ହୋଇ ନିଜ ସଂସାର ଜଞ୍ଜାଳରେ ବ୍ୟସ୍ତ । ହେଲେ ବିରଜୁ ଫେରିବା କଥା ଶୁଣିଲା ପରେ ଭଉଣୀର ପାଦ ଆଉ ତଳେ ଲାଗୁନି । କେବେ ଫେରିବ ବରଜୁ । କେବେ ଆସିବ ରକ୍ଷୀ ପୂର୍ଣ୍ଣମୀ । ୨୦ ବର୍ଷ ପରେ ପୁଣିଥରେ ଭାଇ ହାତରେ ରକ୍ଷୀ ବାନ୍ଧିବ । ଏମିତି ଅନେକ ସ୍ୱପ୍ନକୁ ସାଇତି ରଖିଛି ବିରଜୁର ଭଉଣୀ ।