ଆଉ ମାତ୍ର ଗୋଟିଏ ରାଉଣ୍ଡ ବାକି ! ବଡ ବ୍ୟବଧାନରେ ବିଜେଡି ଆଗୁଆ, ଲକ୍ଷେ ଡେଇଁଲା ବିଜେଡି ଭୋଟ

30

କନକ ବ୍ୟୁରୋ : ଆଉ ଗୋଟିଏ ରାଉଣ୍ଡର ଗଣତି ପରେ ଆସିବ ବିଜେପୁର ଜନାଦେଶ । ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ସରିବାକୁ ଆଉ ମାତ୍ର ୧ ରାଉଣ୍ଡ ବାକି ରହିଛି । ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧୫୩୯ ଭୋଟରେ ଆଗରେ ରହିଛନ୍ତି । ୨୦ ରାଉଣ୍ଡରେ ରୀତା ୩୭୧୧ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୨୪୨୦ଟି ଭୋଟ ହାତେଇଛନ୍ତି । କଂଗ୍ରେସର ନିରାଶଜନକ ପ୍ରଦର୍ଶନ ଜାରି ରହିଛି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ୧୫ତମ ରାଉଣ୍ଡରେ ମୋଟ ୧୨୧୯ଟି ଭୋଟ ପାଇଛନ୍ତି । ନୋଟା ବିକଳ୍ପରେ ୯୭ଟି ଭୋଟ ପଡିଥିବା ସୂଚନା ମିଳିଛି ।

ମୋଟାମୋଟି ଭାବେ ଦେଖିବାକୁ ଗଲେ ୧୫ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୦୧୪୩୫ଟି ଭୋଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପିକୁ ମିଳିଛି ୫୯୮୯୬ଟି ଭୋଟ । ସେହିଭଳି କଂଗ୍ରେସ ମୋଟ ୧୦୧୫୩ଭୋଟ ପାଇବାକୁ ସକ୍ଷମ ହୋଇଛି । ଏହାଛଡା ନୋଟାରେ ୧୨୪୪ଟି ଭୋଟ ପଡିଛି । ୨୦ ରାଉଣ୍ଡ ଭୋଟ ଗଣତି ଶେଷ ହେବା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ । ପ୍ରଥମ ଥର ପାଇଁ ବିଜେପୁରରେ ଏକ ବଡ ବ୍ୟବଧାନରେ ଜିତିବାକୁ ଯାଉଛି ବିଜେଡି । ଲକ୍ଷେରୁ ଅଧିକ ଭୋଟ ହାତେଇବା ସହ ନୂଆ ରେକର୍ଡ କରିଛି ବିଜେଡି ।