୨୪ ଘଂଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୨୦୮ କରୋନା ପଜିଟିଭ୍ । ୧୨୨ କ୍ୱାରେଣ୍ଟାଇନରୁ ଚିହ୍ନଟ, ୮୬ ଲୋକାଲ୍ କେସ୍

119

କନକ ବ୍ୟୁରୋ: ରାଜ୍ୟରୁ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୨୦୮ କରୋନା ପଜିଟିଭ୍ । ସେମାନଙ୍କ ଭିତରୁ ୧୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୬ ଜଣ ଲୋକାଲ୍ କେସ୍ ବୋଲି ରିପୋର୍ଟ ମିଳିଛି । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ଶହ ଉପରେ ରହିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି ।

ଏହି ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ରହିଛନ୍ତି । ସେହିପରି ନୂଆପଡାରୁ ୩୬, ଅନୁଗୁଳରୁ ୩, ବାଲେଶ୍ୱରରୁ ୮, ବରଗଡରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡାରୁ ୧୧ ଓ କଳାହାଣ୍ଡିରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୩ ଜଣ, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୧, ପୁରୀରୁ ୯, ରାୟଗଡାରୁ ୧,ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୭ ଏବଂ ଷ୍ଟେଟପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭୩୭କୁ ବୃଦ୍ଧି ପାଇଛି । ତେବେ ଗତ ୨୪ ଘଂଟା ଭିତରେ ରାଜ୍ୟରୁ ଆଉ ୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତିକର ଖବର ଆଣିଛି ।