ଦେଶରେ ଆଉ ୨୦ ହଜାର ୭୯୯ ନୂଆ ସଂକ୍ରମଣ : କେବଳ କେରଳରୁ ୧୨ ହଜାର ପଜିଟିଭ

53

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୨୦ ହଜାର ୭୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୧୮୦ଜଣଙ୍କର ଜୀବନ ଯାଇଛି । କେବଳ କେରଳରୁ ୧୨ ହଜାର ୨୯୭ ମାମଲା ସାମ୍ନାକୁ ଆସଥିବା ବେଳେ ପ୍ରାଣ ହରାଇଛନ୍ତି ୭୪ଜଣ । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୧୦ ହଜାର ୩୪୮ ରହିଛି । ମୋଟ ସୁସ୍ଥ ସଂଖ୍ୟା ରହିଛି ୩ କୋଟି ୩୧ ଲକ୍ଷ, ୨୧ ହଜାର ୨୪୭ ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୮ ହଜାର ୯୯୭ । ସକ୍ରିୟ ସଂକମ୍ରିତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୪୫୮ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୦,୭୯,୩୨,୮୬୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୦,୭୯,୩୨,୮୬୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩,୪୬,୧୭୬ ଟିକା । ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୩ ସୁଦ୍ଧା ସମୁଦାୟ ୫୭,୪୨,୫୨,୪୦୦ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୯,୯୧,୬୭୬ଟି ନମୁନା ।