କରମଣ୍ଡଳ ଟ୍ରେନ୍ ଟ୍ରାଜେଡି । ଏବେ ସୁଦ୍ଧା ୨୦୭ ଜଣଙ୍କର ମୃତ୍ୟୁ ସୂଚନା, ଆଗକୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା ।

556

କନକ ବ୍ୟୁରୋ : କରମଣ୍ଡଳ ଟ୍ରେନ ଟ୍ରାଜେଡିର ବଡ ଅପଡେଟ । ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି । ଏପରିକି ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଉଛି । ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ବଗି ତଳେ ଚାପି ହୋଇଥିବା ସୂଚନା ମିଳୁଛି । ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଛି । ସମୟ ଗଡିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି ।

ଉଦ୍ଧାରକାରୀ ଦଳ ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ସବୁ ପ୍ରକାର ସହଯୋଗ ଜାରି ରଖିଛନ୍ତି । ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିବେ ।