କନକ ବ୍ୟୁରୋ : ୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ । ଗୋଆରେ ଅଜାତୀୟ କ୍ରୀଡ଼ା ଦିବସ ଉଦଘାଟନୀ ଅବସରରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସ ପାଇଁ ଭାରତରେ ଆବଶ୍ୟକ ଭିତିଭୂମି ପ୍ରସ୍ତୁତ ରହିଛି । ପ୍ରଥମଥର ଗୋଆରେ ଆୟୋଜିତ ଜାତୀୟ କ୍ରୀଡ଼ା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦେଶର ୧୦ହଜାର ଖେଳାଳି ଭାଗ ନେବେ । ଉଦଘାଟନୀ ସମାରୋହରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କିମ୍ବଦନ୍ତୀ ଆଥଲେଟ୍ ପିଟି ଉଷା ସାମିଲ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/10/2036-olympics-sportstiger-1672223990482-original.jpg)